କ୍ୟାପିଟାଲ ନର୍ସରୀ ୟୁନିଟ୍ -୨ ରେ ଦେୟମୁକ୍ତ ଦନ୍ତ ଚିକିତ୍ସା ଶିବିର

ସଚିବାଳୟ କର୍ମଚାରୀଙ୍କ ସମେତ ଜନସାଧାରଣ ଚିକିତ୍ସା କରାଇ ଉପକୃତ

ଭୁବନେଶ୍ଵର, ୨୨/୧୧: ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମାହାଲ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କୁମାର ପୃଷ୍ଟି ଓ ଅବିଭକ୍ତ ମାହାଲ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଞ୍ଜନ କୁମାର ଦାଶଙ୍କ ଅନୁମତି କ୍ରମେ କ୍ୟାପିଟାଲ ନର୍ସରୀ ୟୁନିଟ୍-୨ ଭୁବନେଶ୍ଵରରେ ଏକ ଦେୟମୁକ୍ତ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ୧୧୮ ଜଣ ସଚିବାଳୟର କର୍ମଚାରୀ ଓ ଅଧିକାରୀ, ଜନସାଧାରଣ ଦନ୍ତ ଚିକିତ୍ସା କରାଇ ଉପକୃତ ହେଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ଅଧିକାରୀ ଡକ୍ଟର ବିଶ୍ଵମୋହନ ଜେନା, ଅଧିକ୍ଷକ ଜୟନ୍ତ କୁମାର ଜେନା, ୨ ଜଣ ଉଦ୍ୟାନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତି, ଶ୍ରୀଯୁକ୍ତ ସ୍ଵସ୍ତିକ ଚୌଧୁରୀ ଓ ସଭାପତି ଶ୍ରୀଯୁକ୍ତ ବାଉରୀବନ୍ଧୁ ମହାରଣା ଓ ଅନ୍ୟ ସଭ୍ୟ / ସଭ୍ୟା ମାନଙ୍କ ସହଯୋଗରେ ଏହି ଶିବିର ତା. ୨୧.୧୧.୨୫ ରିଖ (ଶୁକ୍ରବାର‌) ଦିବା ୧୧ ଘଟିକା ଠାରୁ ଘ୧.୩୦ ମିନିଟ୍ ପର୍ଯ୍ୟନ୍ତ ସୂଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି। ହାଇଟେକ୍ ମେଡ଼ିକାଲ କଲେଜ ତରଫରୁ ଦନ୍ତଚିକିତ୍ସକ ଡକ୍ଟର ଅଙ୍କିତ୍ ମହାପାତ୍ର ଓ ଚାରିଜଣ ଦନ୍ତ ଡାକ୍ତର ଏକ ଟିମ୍ ଆସି ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କୁ ଦେୟମୁକ୍ତ ଚିକିତ୍ସା ଯୋଗାଇ ଦେଇଥିଲେ।