କଣ୍ଟାବାଞ୍ଜି, ୦୪/୧୨: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ। କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କଣ୍ଟାବାଞ୍ଜି ଜିଆରପି ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି ବିଧାୟକ।
ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ ବିଧାୟକ। ତେଣୁ ଦାଦନ ଶ୍ରମିକମାନଙ୍କୁ ନେଇ କୁଆଡ଼େ ଯାଉଛ ବୋଲି ପଚାରିବାରୁ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ, ବଣ୍ଟି ବେହେରା ସହ ୬ରୁ ଅଧିକ ଲୋକ ଦୌଡ଼ି ଆସି ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏନେଇ ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଛି।