ଲିଓନାଲ ମେସିଙ୍କ ବଡ଼ ଘୋଷଣା, କତାରରେ ଖେଳିବେ ଶେଷ ବିଶ୍ୱକପ୍‌ !

ନୂଆଦିଲ୍ଲୀ: ଫୁଟବଲ୍‌କୁ ବାଏ ବାଏ କହିବେ ଲିଓନାଲ ମେସି । ଅର୍ଜେଣ୍ଟିନାର ଏହି ଷ୍ଟାର୍‌ ଫୁଟବଲ୍‌ ନିଜ ଫ୍ୟାନ୍‌ସକୁ ଜୋରଦାର ଝଟ୍‌କା ଦେଇଛନ୍ତି । ୨୦୨୨ କତାର ବିଶ୍ୱକପ୍‌ ତାଙ୍କ ଫୁଟବଲ୍‌ କ୍ୟାରିୟରର ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ହେବ ବୋଲି କହିଛନ୍ତି ।  କତାର ବିଶ୍ୱକପ୍‌ରେ ସେ ସନ୍ୟାସ ଘୋଷଣା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ।

ଏକ ସାକ୍ଷାତକାର ସମୟରେ ମେସିଙ୍କୁ ସନ୍ୟାସ ନେଇ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ରଖି ସେ କହିଥିଲେ କି, କତାରରେ ହେବାକୁ ଥିବା ୨୦୨୨ ବିଶ୍ୱକପ୍‌ ତାଙ୍କ ଫୁଟବଲ କ୍ୟାରିୟରର ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ହେବ । ମୋତେ ଏବେ ୩୯ ବର୍ଷ । ଆଗାମୀ ବିଶ୍ୱକପ୍‌ ୨୦୨୬ରେ ଅନୁଷ୍ଠିତ ହେବ । ତେଣୁ ସେହି ସମୟକୁ ମୋ ବୟସକୁ ବି ଧ୍ୟାନ ଦେବା ଦରକାର । ହୁଏତ ତାପୂର୍ବରୁ ମୁଁ ଅବସର ନେଇସାରିଥିବି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଏବେ ଚିନ୍ତାରେ ଅଛି । ଆଗାମୀ ବିଶ୍ୱକପ୍‌ ଲାଗି ମୁଁ ଗୋଟିଏ ଗୋଟିଏ ଦିନ ଗଣୁଛି । ଏହା ମୋ କ୍ୟାରିୟରର ଶେଷ ବିଶ୍ୱକପ୍‌ । ଯାହାକୁ ଦୃଷ୍ଟିରେ ରଖି ମୁଁ ମୋ ପ୍ରଦର୍ଶନ ଉପରେ ମଧ୍ୟ ଧ୍ୟାନ ଦେବାକୁ ଚାହୁଁଚି । ବିଶ୍ୱକପ୍‌ରେ ସମସ୍ତ ମ୍ୟାଚ୍‌ କଠିନ ହେବ । ଆମଠାରୁ ମଧ୍ୟ ଭଲ ପ୍ରଦର୍ଶନ କରୁଥିବା ଦଳ ମଧ୍ୟ ଅଛନ୍ତି । ତେଣୁ ଆମକୁ ଆମ ଖେଳ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।