ଦରମା ବୃଦ୍ଧି ପ୍ରସଙ୍ଗ: ପୁନର୍ବିଚାର ପାଇଁ ବିଜେଡିର ନିବେଦନ

ବିଜେଡ଼ି ସଭାପତିଙ୍କ ନିର୍ଦ୍ଦେଶରେ ଦଳୀୟ ନେତାଙ୍କ ନିଷ୍ପତ୍ତି

ଭୁବନେଶ୍ୱର, ୧୯/୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଏହି ସୂଚନା ଦେଇଛନ୍ତି। “ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥଲା। ଜନ ଅସନ୍ତେଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରନ୍ତୁ” ବୋଲି ବିଜେଡ଼ି କହିଛି। ସୂଚନାଯୋଗ୍ୟ, ପୂର୍ବରୁ ବର୍ଦ୍ଧିତ ଦରମା ନେବାକୁ ମନା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ନବୀନ। ବର୍ଦ୍ଧିତ ଦରମାକୁ ଜନ କଲ୍ୟାଣ କାର୍ଯ୍ୟରେ ଲଗାଇବାକୁ କହିଥିଲେ।

ବିଧାନସଭାରେ ଡିସେମ୍ବର ୯ ତାରିଖରେ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନକୁ ନେଇ ବିଲ ପାରିତ ହୋଇଥିଲା। କିନ୍ତୁ ଓଡ଼ିଶାର ଜନ ସାଧାରଣ ଏହାକୁ ବିରୋଧ କରୁଛନ୍ତି। ଯାହା ପରେ ଗତ ୧୮ ତାରିଖରେ ବିଜେପି ବିଧାୟକ ମାନେ ଦରମା ବୃଦ୍ଧି ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ଦାବି କରିଥିଲେ।