ରାଜଧାନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଏକାଧିକ ବଗି ଲାଇନଚ୍ୟୁତ

ଗୌହାଟୀ, ୨୦/୧୨: ଆଜି ଭୋର ସମୟରେ ଆସାମର ହୋଜାଇ/ନାଗାଓଁ ଜିଲ୍ଲାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରେନ୍ ନମ୍ବର 20507 ଡାଉନ୍ ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍  ହାତୀ ପଲକୁ ଧକ୍କା ଦେଇଛି। ଯାହା ଫଳରେ ଟ୍ରେନ୍‌ର ଇଞ୍ଜିନ୍ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (NFR)ର ଲୁମଡିଂ ଡିଭିଜନର ଯମୁନାମୁଖ-କାମ୍ପୁର ସେକ୍ସନରେ ଏହି ଦୁର୍ଘଟଣା ଘଟିଥିଲା।

ରେଳବାଇ ଅଧିକାରୀଙ୍କ ଅନୁଯାୟୀ, ଟ୍ରାକରେ ହାତୀ ପଲଙ୍କୁ ଦେଖି ଲୋକୋ ପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ। କିନ୍ତୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୮ଟି ହାତୀଙ୍କ ମୃତ୍ୟୁ ଘଟିଛି। ସୌଭାଗ୍ୟବଶତଃ, ଟ୍ରେନରେ ଥିବା କୌଣସି ଯାତ୍ରୀଙ୍କର କୌଣସି ଆଘାତ ହୋଇନାହିଁ। ଲାଇନଚ୍ୟୁତ କୋଚ୍‌ଗୁଡ଼ିକୁ ଅଲଗା କରିବା ପରେ, ଟ୍ରେନକୁ ଗୌହାଟି ଅଭିମୁଖେ ପଠାଯାଇଛି। ଗୌହାଟିରେ ପହଞ୍ଚିବା ପରେ ଅତିରିକ୍ତ କୋଚ୍‌ ସଂଯୋଗ କରାଯିବ ଏବଂ ଟ୍ରେନଟି ତା’ର ଯାତ୍ରା ଜାରି ରଖିବ।

ଦୁର୍ଘଟଣା ପରେ ଅନେକ ଟ୍ରେନର ଗତି ପରିବର୍ତ୍ତନ କରାଯାଇଥିଲା। ଟ୍ରାକ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।