କୈରାଳି ନର୍ସିଂ କଲେଜରେ ନ୍ୟୁଟ୍ରେସନ କାର୍ଯ୍ୟକ୍ରମ

‘ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ସୁସ୍ଥ ଜୀବନଯାପନ କରିହେବ’

ଚମ୍ପୁଆ ୨୦।୧୨(ଦର୍ଶନ ନ୍ୟୁଜ୍): ଚମ୍ପୁଆ କୈରାଳି ନର୍ସିଂ କଲେଜରେ ନ୍ୟୁଟ୍ରେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୈରାଳି ଗ୍ରୁପର ଚ୍ୟାରମ୍ୟାନ ଏସ ରାଜ ମୋହନ, ମୁଖ୍ୟ ବକ୍ତା ଭାବରେ ଅନୁଷ୍ଠାନର ସମ୍ପାଦିକା ଉମା ରାଜ ମୋହନ, ସମ୍ମାନୀତ ଅତିଥି ଭାବରେ କେରଳା ମାଧ୍ୟମିକ ଇଂରାଜୀ ବିଦ୍ୟାଳୟର ଅଧ୍ୟାପକ ବିଜୟ ଭାରତୀ, ବରିଷ୍ଠ ଅଧ୍ୟାପକ ଗିରିଜା ଶଙ୍କର କର, କଲେଜ ଅଫ ନର୍ସିଂର ମୁଖ୍ୟ ଅଧ୍ୟାପିକା ସାନା କାମେଇ ପ୍ରମୁଖ ଉପସ୍ଥିତ ଥିବା ବେଳେ, ବି ଏସ ସି ଦ୍ଵିତୀୟ ସେମିଷ୍ଟାର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନୁଷ୍ୟ ଶରୀର ବିଭିନ୍ନ ସମସ୍ୟାର ସମାଧାନ ଓ ତାର ତାପ୍ତର୍ଯ୍ୟ ଉପରେ ଗୁରୁତ୍ଵ ଦିଆଯାଇଛି। ଏପରିକି କେଉଁ ରୋଗୀଙ୍କ ପାଇଁ କି ପ୍ରକାରର ଖାଦ୍ୟ ଓ ପାନୀୟକୁ ନେଇ ଏକ ପ୍ରତିଯୋଗୀତାର ଅୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚନା ଥିଲା ସୁସ୍ଥ ଖାଦ୍ୟ ଖାଇ କିପରି ସୁସ୍ଥ ଜୀବନଯାପନ କରିହେବ। ମୁଖ୍ୟତଃ ମଧୁମେୟ , ଯକୃତ, କିଡନୀ ହୃଦରୋଗୀମାନଙ୍କ ଖାଦ୍ୟ କଣ ଆଉ କେମିତି ଖାଇବାକୁ ପଡିବ ଏପରିକି ରୋଗୀ ମାନଙ୍କର ଓଜନ ବୃଦ୍ଧି , ହ୍ରାସ କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରାଯାଇ ଉପସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କ ଏକାଡେମିକ କ୍ୟାଲେଣ୍ଡର ଭାବରେ ଅନ୍ତର୍ଭୁକ୍ତ ଥିବା ବେଳେ ନିକଟ ଭବିଷ୍ୟତରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟ।ରେ କିପରି ସୁଷମ ଖାଦ୍ୟ ରୋଗୀମାନଙ୍କୁ ଯୋଗାଇ ଦେବା ସହିତ ସଚେତନ କରି ପାରିବେ ସେ ବିଷୟରେ ସଚେତନ କରାଯାଇଥିଲା। ସହକାରୀ ପ୍ରଫେସର ନାମ୍ବି ଲୁଙ୍ଗା ଗୋଲମେଇ, ଅଧ୍ୟାପକ ଟାଉନ ଥାଙ୍ଗା, ଦିବ୍ୟରୂପା ଗୋପ, ଇତିଶ୍ରୀ ବର୍ଦ୍ଧନ ସହଯୋଗ କରିଥିଲେ।