କାବୁଲ, ୦୨/୦୧: ଆଫଗାନିସ୍ତାନ ପୁଣିଥରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିପର୍ଯ୍ୟୟରେ ୧୧ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।
ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖପାତ୍ର ମହମ୍ମଦ ୟୁସୁଫ ହମ୍ମାଦ ଦେଶରେ ବନ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ଏହି ବିପର୍ଯ୍ୟୟ କେନ୍ଦ୍ରୀୟ, ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଭିତ୍ତିଭୂମିକୁ ମଧ୍ୟ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ଲୋକଙ୍କ ସହିତ ବହୁ ସଂଖ୍ୟକ ଜୀବଜନ୍ତୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଜଣେ ଆଫଗାନିସ୍ତାନ ପ୍ରଶାସନ ଅଧିକାରୀଙ୍କ ଅନୁଯାୟୀ, ଦେଶରେ ପ୍ରାୟ ୧୮୦୦ ପରିବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ତେବେ ଆଫଗାନିସ୍ତାନରେ ଦୀର୍ଘ ଦିନ ଧରି ମରୁଡ଼ି ଗ୍ରସ୍ତ ହୋଇ ପଡିଥିବା ଯୋଗୁଁ ଏହି ବର୍ଷା ହେବା ଦ୍ବାରା ଆଂଶିକ ପ୍ରଭାବ ପକାଇଛି।