ରନୱେରୁ ଖସିଲା ବିମାନ

ବିମାନ ଅବତରଣ ବେଳେ ବଡ଼ ଅଘଟଣ

କାଠମାଣ୍ଡୁ, ୦୨/୦୧: ପୁଣି ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି। ଶୁକ୍ରବାର ସନ୍ଧ୍ୟାରେ ନେପାଳର ଭଦ୍ରପୁର ବିମାନବନ୍ଦରରେ ଅବତରଣ କରିବା ସମୟରେ ବୁଦ୍ଧ ଏୟାର ଲାଇନ୍ସର ଏକ ବିମାନ ରନୱେରୁ ଖସି ପଡ଼ିଛି।

ବିମାନ ୯୦୧ରେ ଥିବା ସମସ୍ତ ୫୧ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ବୋଲି ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି। ବିମାନଟି ରାତି ୮:୨୩ ରେ ନେପାଳର ରାଜଧାନୀ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା।

ଶୈଲେଶ ଲିମ୍ବୁଙ୍କ ଦ୍ୱାରା ପରିଚାଳିତ ବିମାନଟି ରାତି ପ୍ରାୟ ୯ଟା ୮ ରେ ରନୱେ ଅତିକ୍ରମ କରି ଏୟାରଷ୍ଟ୍ରିପ୍ ସଂଲଗ୍ନ ଏକ ଘାସ ଅଞ୍ଚଳରେ ଅଟକି ଯାଇଥିଲା।

ଝାପା ମୁଖ୍ୟ ଜିଲ୍ଲା ଅଧିକାରୀ ଶିବରାମ ଗେଲାଲ ନିଶ୍ଚିତ କରିଛନ୍ତି ଯେ କୌଣସି ଆହତ ହୋଇନାହିଁ। ସମସ୍ତ ୫୧ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖପାତ୍ର ରିଞ୍ଜି ଶେର୍ପା କହିଛନ୍ତି ଯେ ବିମାନଟି ୫୧ ଜଣ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ଉଡ଼ାଣ କରିଥିଲା। ରାତି ୯ଟାରେ ଅବତରଣ କରିବା ସମୟରେ ବିମାନଟି ରନୱେରୁ ପ୍ରାୟ ୨୦୦ ମିଟର ଦୂରକୁ ଖସିଯାଇଥିଲା। ଏହି ଘଟଣାରେ ବିମାନଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ବିମାନଟି ଭଦ୍ରପୁର ବିମାନବନ୍ଦରରେ ରାତିସାରା ରହିବାର ଥିଲା ଏବଂ ପରଦିନ ସକାଳେ ପ୍ରଥମ ଉଡ଼ାଣରେ କାଠମାଣ୍ଡୁ ଫେରିବାର ଥିଲା।