ଭାରତ ମସଲା କମ୍ପାନୀ ଅଚାନକ ପରିଦର୍ଶନ କଲେ କେନ୍ଦ୍ର ସ୍ପାଇସେସ ବୋର୍ଡ଼

ଆମଦାନୀ ଓ ରତ୍ପାନୀ ପ୍ରକ୍ରିୟାକୁ ଦେଲେ ସାବାସି

କଟକ, ୦୬/୦୧:କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଦ୍ଵାରା ଗଠିତ ସ୍ପାଇସେସ ବୋର୍ଡ଼ ଆଜି ଅଚାନକ ଭାରତ ମସଲା କମ୍ପାନୀର ବାରଙ୍ଗସ୍ଥିତ ଉତ୍ପାଦନ ୟୁନିଟ କୁ ପରିଦର୍ଶନ କରିଛନ୍ତି। କମ୍ପାନୀ ପରିସରରେ ପହଞ୍ଚି ସ୍ପାଇସେଶ୍ ବୋର୍ଡର ଏକ ପାଞ୍ଚ ଜଣିଆ କମିଟି କେଉଁ ପଦ୍ଧତି ରେ ଉତ୍ପାଦନ କରାଯାଉଛି, କିଭଳି ଉତ୍ପାଦିତ ସାମଗ୍ରୀକୁ ରପ୍ତାନୀ କରାଯାଉଛି ସେଗୁଡିକ ଟିକିନିଖି କରି ବୁଲି ଦେଖିଥିଲେ। ବିଶେଷ କରି ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରକମ ରକମ ମସଲା ସାଙ୍ଗକୁ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା କରଣ ଚାଲିଥିବା ଦେଖି ସେମାନେ ଖୁସି ବ୍ୟକ୍ତ କରିବା ସାଙ୍ଗେ କମ୍ପାନୀର ପରିଚାଳନାକୁ ସାବାସୀ ଦେଇଥିଲେ। ଉତ୍ପାଦନ ସାମଗ୍ରୀକୁ ରପ୍ତାନୀ କରିବାରେ କଣ ଅସୁବିଧା ହେଉଛି ଏଥିରେ କେନ୍ଦ୍ର ସରକାର କି ସହଯୋଗ କରିପାରିବେ ବୋଲି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ଠାରୁ ଆମୂଳ ଚୂଳ ପଚାରି ବୁଝିଥିଲେ। ଆମଦାନୀ ଓ ରପ୍ତାନି ପ୍ରସଙ୍ଗରେ ଶ୍ରୀଯୁକ୍ତ ପଣ୍ଡା କିଭଳି ଲଜିଷ୍ଟିକ ବ୍ୟବସ୍ଥାରେ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ସେ ସଂକ୍ରାନ୍ତରେ ସ୍ପାଇସେସ୍ ବୋର୍ଡ଼ କମିଟି ପାଖରେ ପକ୍ଷ ରଖିଥିଲେ। ଭିତ୍ତିଭୂମିର ଅଧିକ ବିକାଶ ପରେ ଖୁବ୍ ଶୀଘ୍ର ଭାରତ ମସଲା କମ୍ପାନୀ ବିଏସଆଇ ପ୍ରମାଣ ପାତ୍ର ହାସଲ କରିବାକୁ ଯାଉଥିବା ଶ୍ରୀଯୁକ୍ତ ପଣ୍ଡାଙ୍କ ଠାରୁ ଅବଗତ ହେବା ପରେ କମିଟି ସନ୍ତୋଷ ବ୍ୟକ୍ତ କରିଥିଲେ। ମହିଳା ମାନଙ୍କୁ ସଶକ୍ତି କରଣ କରିବାରେ ଭାରତ ମସଲାର ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ। ଓରମାସ ସହଯୋଗରେ ଚାଷୀଙ୍କ ଠାରୁ ଲଙ୍କା, ଟମାଟୋ, ଅଦା, ମକା ଭଳି କୃଷିଜାତ ଦ୍ରବ୍ଯ ସିଧାସଳଖ ଖର୍ଦି କରି ଚାଷୀମାନଙ୍କ ମନୋବଳକୁ ବୃଦ୍ଧିକରିବା ସହ ସେମାନଙ୍କ ଆର୍ଥିକ ଦୂରାବସ୍ଥା ରେ ସହାୟ ହେଉଥିବା ଜାଣି ସ୍ପାଇସେଷ୍ ବୋର୍ଡର ସଦସ୍ୟମାନେ ଖୁସି ଜାହିର କରିଥିଲେ। ବୋର୍ଡର ସହକାରୀ ନିର୍ଦ୍ଦେଶକ ସନ୍ଦୀପ କୁମାର ଚୌରାସିଆ , ସାଇଣ୍ଟିଷ୍ଟ ରମେଶ ବାବୁ ନଟରାଜନ, ସିନିଅର ଫିଲ୍ଡ ଅଫିସର ଶ୍ରିଷେଶ କେ କୁଲୋଲି, ମୁମ୍ବାଇ ସ୍ପାଇସେଶ ବୋର୍ଡ଼ର ସହକାରୀ ନିର୍ଦ୍ଦେଶିକା ଡକ୍ଟର ମମତା, କୋଚି ସ୍ପାଇସେଷ ବୋର୍ଡ ର ସହକାରୀ ନିର୍ଦ୍ଦେଶିକା ଭିଶିସ୍ନା ପ୍ରମୁଖ ଏହି କମିଟିରେ ସାମିଲ ଥିବା ବେଳେ ତାଙ୍କୁ ଭାରତ ମସଲା କମ୍ପାନୀର ଜିଏମ୍ ଅଶ୍ଵିନୀ କୁମାର ଦାସ, ଜିଏମ ଅପରେସନ ଅରୁଣ କୁମାର ନାୟକ, ଏକ୍ସପୋର୍ଟ ମ୍ୟାନେଜର ରଶ୍ମୀରଂଜନ ପରିଡ଼ା, ପିଆରଓ ଆଶିଷ ମନ୍ଥନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସହଯୋଗ କରିଥିଲେ।