ପୋଲିସ ଫାଣ୍ଡି ପାଇଁ ହଟିଲା ଜବରଦଖଲ

ଅଧ ଏକର ଜମି ଜବଦଖଲ ମୁକ୍ତ

ଭୁବନେଶ୍ୱର, ୦୬/୦୧: ନିଳାଦ୍ରୀ ବିହାର ଅନ୍ତର୍ଗତ ଚନ୍ଦ୍ରଶେଖରପୁର ମୌଜାରେ ଏକ ପୋଲିସ ଫାଣ୍ଡି ନିର୍ମାଣରେ ବାଧକ ସଜିଥିଲା ଜବରଦଖଲ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହିସହ ପଟିଆରେ ଆଉ ଏକ ଉଚ୍ଛେଦ ଅଭିଯାନ ଜାରି ରହିଥିଲା।

ଚନ୍ଦ୍ରଶେଖରପୁର ଫେଜ୍-୨ରେ ବିଡିଏର ହାଉସିଂ ସ୍କିମ୍ ପ୍ଲଟ ନମ୍ବର ୪୬ରେ ବେଆଇନ ଜବରଦଖଲ ହୋଇଥିଲା। ଏହି ପ୍ଲଟ ସମ୍ମୁଖରେ ଏକ ପୋଲସି ଫାଣ୍ଡି ନିର୍ମାଣ ହେବ। ଏଥିରେ ଦୁଇଟି ଆଜବେଷ୍ଟସ ଘର ଭଙ୍ଗାଯାଇଥିଲା। ପ୍ରାୟ ୦.୫୦ ଡିସିମିଲ ଜମିକୁ ଜବରଦଖଲ ମୁକ୍ତ କରାଯାଇଥିଲା।

ଦ୍ୱିତୀୟ ଉଚ୍ଛେଦଟି ପଟିଆ ମୌଜାରେ ଥିବା ସରକାରୀ ପ୍ଲଟ ନମ୍ବର 524, 518, 545(ପି) ଓ 543ରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦରେ ୩ଟି ଛାତ ଘର, ୭ଟି ଆଜବେଷ୍ଟସ ଘର, ଗୋଟିଏ ଲୁହା ଗେଟ ମାଟିରେ ମିଶାଇ ଦିଆଯାଇଛି। ପ୍ରାୟ 0.500 ଡିସିମିଲ ତଥା ଅଧ ଏକର ଜମିକୁ ଜବଦଖଲ ମୁକ୍ତ କରାଯାଇଛି। ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସ୍ଡି) ଦେବରାଜ ସେଠୀ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ଉପସ୍ଥିତରେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନମ୍ବର 1, 2, 3, 4, 5, 6 ଉଚ୍ଛେଦ କରଥିଲା।