ନୂଆଦିଲ୍ଲୀ, ୦୯/୦୧: ଦିଲ୍ଲୀର ସାକେତ ଜିଲ୍ଲା କୋର୍ଟରେ କାର୍ଯ୍ୟରତ ଜଣେ ଦିବ୍ୟାଙ୍ଗ କ୍ଲର୍କ ଶୁକ୍ରବାର କୋଠାର ଉପର ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଏକ ସୁଇସାଇଡ ନୋଟ ଛାଡିଯାଇଛନ୍ତି ଯେଉଁଥିରେ ସେ ପ୍ରବଳ କାମର ଚାପକୁ ଯୋଗୁଁ ଏଭଳି କରିଥିବା ଉଲ୍ଲେଖ କରିଛନ୍ତି ଏବଂ ଚିଠିରେ ଲେଖିଛନ୍ତି ଯେ ଯେହେତୁ ସେ ୬୦ ପ୍ରତିଶତ ବିକଳାଙ୍ଗ, ତେଣୁ କାମ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା।
“ମୁଁ ଆତ୍ମହତ୍ୟା କରିବା ବିଷୟରେ କାହାକୁ ଜଣାଇ ନଥିଲି। ମୁଁ ଭାବୁଥିଲି ଯେ ମୁଁ କାମ କରି ପାରିବି, କିନ୍ତୁ ମୁଁ ବିଫଳ ହେଲି। ମୁଁ ଜଣେ ୬୦% ବିକଳାଙ୍ଗ ବ୍ୟକ୍ତି ଏବଂ ଏହି ଚାକିରି ମୋ ପାଇଁ ବହୁତ କଷ୍ଟକର ଏବଂ ମୁଁ ଚାପରେ ଥିଲି। ଯେବେଠାରୁ ଆହଲମଦ (କ୍ଲର୍କ ଯିଏ ରେକର୍ଡ ବହି, କେସ୍ ଫାଇଲ୍ ଏବଂ ବିଚାରପତିଙ୍କ କାର୍ଯ୍ୟସୂଚୀ ପରିଚାଳନା କରନ୍ତି) ଭାବେ କାମ କରିଛି, ସେବେଠାରୁ ଆତ୍ମହତ୍ୟା ବିଚାର ମୁଣ୍ଡକୁ ଆସିଛି” ବୋଲି କହିଛନ୍ତି।