ମେଡିକାଲ ଅଧିକାରୀଙ୍କ ଶବ ବ୍ୟବଛେଦ ଭତ୍ତା ବୃଦ୍ଧି

ଓଡ଼ିଶା ମେଡିକାଲ ହେଲଥ ସର୍ଭିସ କ୍ୟାଡରର ମେଡିକାଲ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର, ୧୦/୦୧: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଓ ଡାକ୍ତରମାନଙ୍କ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ମାନ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିଜଲୁସନ ନମ୍ବର ୯୬୫ ତାରିଖ ୦୯/୦୧/୨୦୨୬ ଅନୁସାରେ, ଓଡ଼ିଶା ମେଡିକାଲ ହେଲଥ ସର୍ଭିସ (OMHS) କ୍ୟାଡରର ମେଡିକାଲ ଅଧିକାରୀଙ୍କ ପାଇଁ ଶବ ବ୍ୟବଛେଦ ନିମନ୍ତେ ଦିଆଯାଉଥିବା ଭତ୍ତାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରତି କେସକୁ ୫୦୦ ଟଙ୍କା ଭତ୍ତା ଦିଆ ଯାଉଥିବା ବେଳେ ଏବେ ଏହି ଭତ୍ତାକୁ ବୃଦ୍ଧି କରି ୧,୦୦୦ ଟଙ୍କା କରାଯାଇଛି।

ଏହି ଭତ୍ତା ଦାବି ସମୟରେ ସମ୍ପୃକ୍ତ ପୋଲିସ କେସ୍ ନମ୍ବର ଉଲ୍ଲେଖ କରିବା ଅନିବାର୍ଯ୍ୟ ହେବ। ଏଥିନିମନ୍ତେ ଅର୍ଥ ବିଭାଗର ସମ୍ମତି ମଧ୍ୟ ମିଳିଛି।