ଜଳିଗଲା ଆମ ବସ୍

ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର, ୧୦/୦୧: ଜଳିଗଲା ଆମ ବସ। କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ। ବସ ଯାଉଥିବା ବେଳେ ହଠାତ ଧୂଆଁ ବାହାରିଥିଲା l ତୁରନ୍ତ ଗାଡ଼ିରେ ବସିଥିବା ସମସ୍ତ ଯାତ୍ରୀ ଗାଡ଼ିରୁ ବାହାରି ଆସିବା ପରେ ହୁ ହୁ ହୋଇ ଜଳିଗଲା ଆମ ବସ।

ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବସରେ ୫ରୁ ଅଧିକ ଯାତ୍ରୀ ଥିଲେ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।