ଜେଲ୍ ରୁ ଚମ୍ପଟ ବିହାରୀ କଏଦୀ

ଜେଲ୍ ଅଧୀକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଜେଲର

ଚୌଦ୍ଵାର, ୧୭/୦୧: ଚୌଦ୍ବାର ଜେଲ୍‌ ଅଧୀକ୍ଷକଙ୍କ ନାଁରେ କଏଦୀ ଚମ୍ପଟ୍‌ ନେଇ ଜେଲର FIR ରୁଜୁ କରିଛନ୍ତି। ୨ ବିହାରୀ କଏଦୀ ଖସିଯିବା ଘଟଣା ଉଠାଇ ସାଂଘାତିକ ଅଭିଯୋଗ କରିଛନ୍ତି ଜେଲର। ଏ ନେଇ ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ଜେଲର ସନ୍ତୋଷିନୀ ଦାଶ FIR ଦେଇଛନ୍ତି। ଚୌଦ୍ବାର ପୋଲିସ ଷ୍ଟେସନରେ FIR କରିବା ସହ ସନ୍ତୋଷିନୀ ତଦନ୍ତ ଦାବି କରିଛନ୍ତି।

ଜେଲର ସନ୍ତୋଷିନୀ କହିଛନ୍ତି, ଜେଲ୍‌ ଇନ୍‌ ଆଉଟ୍‌ ରେଜିଷ୍ଟରକୁ ମୋ ଦସ୍ତଖତକୁ ଜାଲ୍‌ କରି ବଦଳାଯାଇଛି। ବିହାରୀ କଏଦୀ ଖସିବା ଘଟଣାରୁ ନିଜ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରାଯାଇଛି।

୨୦୨୫ ଅକ୍ଟୋବର ୧,୨, ୩ ତାରିଖ ରେଜିଷ୍ଟର ତଥ୍ୟକୁ ନେଇ ପ୍ରଶ୍ନ କଲେ। ଗତବର୍ଷ ଅକ୍ଟୋବର ୩ରେ ୨ ବିହାରୀ କଏଦୀ ଚମ୍ପଟ୍‌ ମାରିଥିଲେ। କଏଦୀ ଚମ୍ପଟ୍‌ ମାରିବା ପରେ ଦସ୍ତଖତ ଜାଲ୍‌ କରି ରେଜିଷ୍ଟର ବଦଳାଯାଇଛି। ନିଜ ଉପରୁ ଦୋଷ ଖସାଇ ମୋତେ ଫସାଇବାକୁ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି।