ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ଉପସ୍ଥିତି ବିନା ରେଞ୍ଜର ଓ ଆରଆଇଙ୍କ ତଦନ୍ତ

ଘେରିଲେ ଗ୍ରାମବାସୀ

ଝାରସୁଗୁଡା, ୨୧/୦୧(ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ସଦର ବ୍ଲକ ଶ୍ରିପୁରା ଗ୍ରାମ ପଞ୍ଚାୟତ ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଳ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣାରେ ଶ୍ରିପୁରା ଗ୍ରାମବାସୀ ସୋମବାର ଜିଲ୍ଲାପାଲଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗ୍ରାମବାସୀ ଏବଂ ସ୍ଥାନୀୟ ପ୍ରତିନିଧିଙ୍କ ବିନା ଅନୁପସ୍ଥିତିରେ ଝାରସୁଗୁଡା ରେଞ୍ଜର ଏବଂ ବଡ଼ମାଳ ଆରଆଇ ଜଙ୍ଗଲ ଜମିର ତଦନ୍ତ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗ୍ରାମବାସୀ ଉଭୟ ଅଧିକାରୀଙ୍କୁ ଘେରିଥିଲେ । ଶ୍ରିପୁରା ଗ୍ରାମବାସୀଙ୍କ ସୂଚନା ଅନୁସାରେ ଗତକାଲି ଗ୍ରାମର ଶତାଧିକ ଜନସାଧାରଣ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏପସିଲନ କମ୍ପାନୀ ବିରୋଧରେ ଜିଲ୍ଲା ପ୍ରଶାସନ ତଦନ୍ତ ପ୍ରକ୍ରିୟା ବିଳମ୍ବ କରୁଥିବା ବେଳେ ଡିଏଫଓ ଏବଂ ତହସିଲଦାରଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉକ୍ତ ଜଙ୍ଗଲ ଜମିରେ ଗ୍ରାମବାସୀ ଗ୍ରାମସଭା କରି ସାରିଥିବା ସହିତ ବୃକ୍ଷ ରୋପଣ କରି ଜନ ମଙ୍ଗଳ କାର୍ଯ୍ୟରେ ଉକ୍ତ ଜଙ୍ଗଲ ଜମିକୁ ବ୍ୟବହାର କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଠିକ ଏହି ସମୟ ଅର୍ଥାତ ସୋମବାର ପୂର୍ବାହ୍ନ ୧୧ ଟାରେ ଝାରସୁଗୁଡା ରେଞ୍ଜର ବିଜୟ ପ୍ରଧାନ ଏବଂ ଆରଆଇ ଶ୍ରୀକାନ୍ତ ପ୍ରଧାନ ଗ୍ରାମବାସୀ ଏବଂ ସ୍ଥାନୀୟ ପ୍ରତିନିଧିଙ୍କ ଅନୁପସ୍ଥିତିରେ କମ୍ପାନୀ ବ୍ୟବହାର କରୁଥିବା ବେଆଇନ ଜଙ୍ଗଲ ଜମି ବିଷୟରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଗ୍ରାମବାସୀ ଖବର ପାଇଁ ଘଟଣା ସ୍ଥଳକୁ ପହଂଚି ରେଞ୍ଜର ଶ୍ରୀ ପ୍ରଧାନ ଓ ଆରଆଇ ଶ୍ରୀ ପ୍ରଧାନ ଙ୍କୁ ଗ୍ରାମବାସୀ ତଥା କୌଣସି ସ୍ଥାନୀୟ ପ୍ରତନିଧି ନ ଥାଇ କାହିଁକି ତଦନ୍ତ କରୁଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ରେଞ୍ଜର ବିଜୟ ପ୍ରଧାନ ଓ ଆରଆଇ ଶ୍ରୀକାନ୍ତ ପ୍ରଧାନ ଉପସ୍ଥିତ ଗ୍ରାମବାସୀଙ୍କୁ କହିଥିଲେ ଯେ ଯାହା ବି ତଦନ୍ତ କରାଯିବ ତାହା ସତ୍ୟ ଘଟଣା ଉପରେ କରାଯିବ ଏବଂ ଗ୍ରାମବାସୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ଉପସ୍ଥିତି ରେ କରାଯିବ ବୋଲି ସାନ୍ତନା ଦେଇଥିଲେ । ଏହା ସହିତ ଘଟଣା ସ୍ଥଳରେ କମ୍ପାନୀ ଉକ୍ତ ସ୍ଥାନକୁ ବେଆଇନ ଭାବରେ ବ୍ୟବହାର କରୁଥିବା ନେଇ କିଛି ସମୟ ରହି ତଦନ୍ତ ମଧ୍ୟ କରିଥିଲେ । ରେଞ୍ଜର ବିଜୟ ପ୍ରଧାନ ଓ ଆରଆଇ ଶ୍ରୀକାନ୍ତ ପ୍ରଧାନଙ୍କୁ ପଚାରିବାରୁ ଦୁଇ ଜଣ କହିଛନ୍ତି ଯେ ଯେ ଆମେ କମ୍ପାନୀ ବ୍ୟବହାର କରୁଥିବା ବେଆଇନ ଜଙ୍ଗଲ ଜମିକୁ ତଦନ୍ତ କରିବା ପାଇଁ ଯାଇଥିଲୁ । ଉକ୍ତ ସ୍ଥାନରେ ଦେଖିବାକୁ ପାଇଲୁ ଯେ କମ୍ପାନୀ ଉକ୍ତ ଜଙ୍ଗଲ ଜମିରେ କମ୍ପାନୀ ବାଲି ଗୋଡି ତଥା କମ୍ପାନୀର କିଛି ବର୍ଜ୍ୟବସ୍ତୁ ପକାଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ପାର୍କିଂ ଏରିଆ ଭାବରେ ଜମିକୁ ବ୍ୟବହାର କରୁଛି । ଏ ନେଇ କମ୍ପାନୀ ପାଖ ରେ କୌଣସି ଅନୁମତିନ ଥିବା ବେଳେ ଏହା ସମ୍ପୂର୍ଣ ବେଆଇନ ବୋଲି କହିବା ସହିତ ଏହାର ଯୁଗ୍ମ ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବୁ ପ୍ରକାଶ କରିଛନ୍ତି ।