ଭୁବନେଶ୍ୱର, ୨୫/୦୧: ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ଏସ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗତ କିଛି ମାସ ଧରି ସେ ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ। ଏମ୍ସରେ ଚିକିତ୍ସିତ ହେଉଥିଲେ। ଗତ କିଛି ଦିନ ତଳେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ, ଗତ କାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପୁଣି ଏମ୍ସରେ ଭର୍ତ୍ତି କରାଯାଇଥିଲା। ସଂକ୍ରମଣ ପରେ ଜ୍ୱର ହୋଇଥିବା ଏମ୍ସ ଡାକ୍ତର କହିଛନ୍ତି।
ଅଭିଜିତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। “ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଁ ଦୁଃଖିତ। ମହାପ୍ରଭୁ ତାଙ୍କ ପ୍ରିୟଜନଙ୍କୁ ଏହି ଅସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।” ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି।