ହଟିଲା ଆମିଷ ବିକ୍ରି କଟକଣା

‘ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଗଲା’

କୋରାପୁଟ, ୨୫/୦୧: ଆମିଷ ବିକ୍ରି କଟକଣା ହଟାଇଲେ କୋରାପୁଟ ଜିଲ୍ଲାପାଳ। ଏ ନେଇ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ। ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ନିଷେଧ ଲଗାଇଥିଲେ। ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, କୋରାପୁଟରେ ଗଣତନ୍ତ୍ର ଦିବସରେ ପବିତ୍ର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସ୍ଥାପନ କରିବା ପାଇଁ ଆମିଷ ବିକ୍ରି ଉପରେ କଟକଣା ଲଗାଇଥିଲେ ଜିଲ୍ଲାପାଳ। ହେଲେ, ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଥିଲେ ସାଧାରଣ ଲୋକ। ଏହି ନିଷ୍ପତ୍ତିକୁ ଖୁବ୍ ସମାଲୋଚନା କରାଯାଇଥିଲା।