ମଝି ଆକାଶରେ ଜଳିଗଲା ବିମାନ

ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ, ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୬/୦୧: ରବିବାର ସନ୍ଧ୍ୟାରେ ଆମେରିକାର ମେନ୍ ରାଜ୍ୟର ବାଙ୍ଗୋର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ସମୟରେ ଆଠ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଘରୋଇ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଛି। ଆମେରିକାର ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି, ଏଥିରେ ଥିବା ଲୋକଙ୍କ ପରିଚୟ ତୁରନ୍ତ ଜଣାପଡିନାହିଁ।

ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି ଯେ ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୭.୪୫ ସମୟରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର ୬୦୦ ଟର୍ବୋଫ୍ୟାନ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତାହତଙ୍କ ସଂଖ୍ୟା ଏବଂ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବାଙ୍ଗୋର ପୋଲିସ ରାତି ପ୍ରାୟ ୧୦:୩୦ ସମୟରେ କହିଛି ଯେ ବିମାନବନ୍ଦର ବନ୍ଦ ରହିଛି। ଏଥି ସହ ଲୋକମାନଙ୍କୁ ଏହି ଅଞ୍ଚଳକୁ ଏଡାଇବାକୁ ଅନୁରୋଧ କରିଛନ୍ତି, ଉଡ଼ାଣ ବାତିଲ କରାଯାଇଛି ବୋଲି ମଧ୍ୟ କହିଛନ୍ତି।