ସମ୍ବଲପୁର, ୩୦/୦୧: ଗତକାଲି ରାତିରେ ସମ୍ବଲପୁରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ କାର ପାର୍କିଂ ହୋଇଥିବା ୧୦ଟି ଦୁଇ ଚକିଆ ଯାନକୁ ଧକ୍କା ଦେଇ ଘୋଷାଡ଼ି ନେଇଛି। ଏହି ସିରିଜ୍ ଦୁର୍ଘଟଣା ଅଇଁଠାପାଲି ପୋଲିସ ସୀମା ଅନ୍ତର୍ଗତ ସମ୍ବଲପୁର ସହରର ଅଇଁଠାପାଲି ଛକରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କାରର ଡ୍ରାଇଭର ଷ୍ଟିଅରିଂ ଉପରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲେ, ଯାହା ଫଳରେ ବ୍ୟାପକ କ୍ଷତି ହୋଇଥିଲା। ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ କାରର ଇଞ୍ଜିନ ଗାଡ଼ିଠାରୁ ଅଲଗା ହୋଇଯାଇଥିଲା।
ତେବେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଦୁର୍ଘଟଣା ସମୟରେ ଡ୍ରାଇଭର ମଦ୍ୟପାନ କରିଥିଲେ।