ଭୁବନେଶ୍ୱର, ୩୦/୦୧: ପୁନଃବିଚାର ହୋଇପାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍। ବିଲ୍ ଉପରେ ଚଳିତ ଅଧିବେଶନରେ ହୋଇପାରେ ପୁନଃବିଚାର। ଏ ନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ।
ଭାସ୍କର ମଢ଼େଇ କହିଛନ୍ତି, “ପୁନଃବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ସାମାଜିକ ସଂଗଠନ, ସାଧାରଣ ଲୋକେ ସମାଲୋଚନା କଲେ। ଆସନ୍ତା ବଜେଟ୍ ଅଧିବେଶନରେ ପୁନଃବିଚାର ହୋଇ ବିଲ୍ ପାରିତ ହୋଇପାରେ। କିଛି କମ୍ ହୋଇପାରେ ବିଧାୟକଙ୍କ ଦରମା। ଆପାତତଃ ସୁହାଇଲା ଭଳି ସର୍ବନିମ୍ନ ଆବଶ୍ୟକ ମୁତାବକ ଦରମା କରାଯାଉ। ସରକାର ବିଚାର କରୁଛନ୍ତି, ଅନୁଧ୍ୟାନ କରି ପଦକ୍ଷେପ ନେବେ।”