୨୭ ବର୍ଷ ପରେ ପ୍ରଥମ ଥର ରବିବାର ବଜେଟ୍ ଉପସ୍ଥାପନ

କର୍ତ୍ତବ୍ୟ ଭବନରେ ପ୍ରଥମ ଥର ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ, ୦୧/୦୨: ଆଜି ୨୦୨୬-୨୭ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଉପସ୍ଥାପନ ପୂର୍ବରୁ ପାରମ୍ପରିକ ନିୟମ ଅନୁସାରେ, ସକାଳ ୮ଟା ୪୫ରୁ ୯ଟା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ତ୍ତବ୍ୟ ଭବନ (ଅର୍ଥ ମନ୍ତ୍ରଣାଳୟ)ରୁ ପ୍ରସ୍ଥାନ କରିଛନ୍ତି। ପ୍ରଥମ ଫଟୋ ସେସନ୍ ହେବା ପରେ, ଗଣମାଧ୍ୟମକୁ ବଜେଟ୍‌ର ଡିଜିଟାଲ୍ ବହିଖାତା (ଟ୍ୟାବଲେଟ୍ ଫୋଲ୍ଡର୍) ଦେଖାଇଥାନ୍ତି, ଯାହା ଉପରେ ଜାତୀୟ ପ୍ରତୀକ ଅଙ୍କିତ ରହିଥାଏ ।

ସକାଳ ୯ଟାରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ଏବଂ ରାଷ୍ଟ୍ରପତି ତାଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ଆନୁଷ୍ଠାନିକ ଭାବରେ ଅନୁମତି ପ୍ରଦାନ କରିଥିଲେ। ଏକ ପୁରାତନ ରୀତି ଅନୁଯାୟୀ, ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ଦହି ଓ ଚିନି ଖୁଆଇ ସ୍ୱାଗତ କରିଥିଲେ।

ଏହି ଅନୁମତି ପାଇବା ପରେ, ସକାଳ ୧୦ଟାରେ ଅର୍ଥମନ୍ତ୍ରୀ ସିଧାସଳଖ ସଂସଦ ଭବନରେ ପହଞ୍ଚିଥିଲେ। ସକାଳ ୧୦ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା।

ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଅଧ୍ୟକ୍ଷ (ସ୍ପିକର୍) ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ନିମନ୍ତ୍ରଣ କରିବା ପରେ ନିର୍ମଳା ସୀତାରମଣ ତାଙ୍କର ବଜେଟ୍ ଭାଷଣ ଆରମ୍ଭ କରିଥିଲେ। ଏହା ସାଧାରଣତଃ ୧୧ଟାରେ ଆରମ୍ଭ ହୋଇଥିଲା ଏବଂ ୯୦ ମିନିଟ୍ ରୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ।

ସୂଚନାଯୋଗ୍ୟ, ନିର୍ମଳା ସୀତାରମଣ ସବୁଠାରୁ ଦୀର୍ଘ ବଜେଟ୍ ଭାଷଣର ରେକର୍ଡ କରିଛନ୍ତି। ୨୦୨୦ ମସିହାରେ ତାଙ୍କର ଭାଷଣ ୨ ଘଣ୍ଟା ୪୨ ମିନିଟ୍ ଦୀର୍ଘ ସମୟ ଧରି ଭାଷଣ ଦେଇଥିଲେ। ଆଜି ଫେବୃଆରୀ ୧, ୨୦୨୬ରେ (ରବିବାର) ସେ ତାଙ୍କର ନବମ ଲଗାତାର ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରୁଛନ୍ତି, ଯାହା ଭାରତୀୟ ସଂସଦୀୟ ଇତିହାସରେ ଏକ ଐତିହାସିକ ଘଟଣା। ଏହା ପ୍ରାୟ ୨୭ ବର୍ଷ ପରେ (୧୯୯୯ ପରେ) ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍ ଉପସ୍ଥାପନ ହେଉଛି ।