ନୂଆଦିଲ୍ଲୀ, ୦୧/୦୨: ଦିଲ୍ଲୀର କର୍ତ୍ତବ୍ୟ ଭବନରେ ବଜେଟ୍ ଆଗତ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ୯ମ ଥର ପାଇଁ ବଜେଟ୍ ଆଗତ କରିଥିଲେ।
ବଜେଟ୍ ଉପସ୍ଥାପନ ପରେ ଅର୍ଥ ମନ୍ତ୍ରୀ ଅଭିଭାଷଣରେ କହିଛନ୍ତି, ଚଳିତ ବଜେଟ୍ ଯୁବଶକ୍ତି ବଜେଟ୍ ହେବାକୁ ଯାଉଛି। ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍କା ସାଥ୍ ସବ୍କା ବିକାଶ। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି।
ଅର୍ଥମନ୍ତ୍ରୀଙ୍କ ଘୋଷଣା:-
ବିରଳ ଖଣିଜ କରିଡ଼ର ନେଇ ବଜେଟ୍ରେ ଘୋଷଣା ।
କେରଳ, ଓଡ଼ିଶା, ଆନ୍ଧ୍ର, ତାମିଲନାଡୁରେ ବିରଳ ଖଣିଜ କରିଡ଼ର ହେବ।
ସେମିକଣ୍ଡକ୍ଟର 2. Oରେ ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ବ ଦିଆଯିବ।
କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦିଆଯିବ।
ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ।
ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ।
ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ।
ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ।
୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ।
ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ।
୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍ଙ୍କୁ ଦିଆଯିବ ଟ୍ରେନିଂ।
ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯିବ।
କାର୍ବନ କ୍ୟାପଚର ୟୁଟିଲାଇଜେସନ ଷ୍ଟୋରେଜ୍ (CCUS) ଲାଗୁ ହେବ।
ଆଗାମୀ ୫ ବର୍ଷରେ CCUS ପାଇଁ ୨୦ ହଜାର କୋଟି ବ୍ୟୟ ହେବ।
୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକସଂଖ୍ୟା ଥିବା ସହର ପାଇଁ ଯୋଜନା କରାଯାଇଛି।
ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ।
୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍ ଙ୍କୁ ଦିଆଯିବ ଟ୍ରେନିଂ।
ଖେଲୋ ଇଣ୍ଡିଆ ମିଶନ୍ ଘୋଷଣା।
ଖେଲୋ ଇଣ୍ଡିଆ ମିଶନ୍ରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି। ପ୍ରତିଭାଙ୍କୁ ଚିହ୍ନଟ କରି ପରବର୍ତ୍ତୀ ଦଶନ୍ଧିକୁ ଯିବା ଲକ୍ଷ୍ୟ ରହିଛି। ଦେଶର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ଛାତ୍ରାବାସ।
STEM ସଂସ୍ଥା ପାଇଁ ଖୋଲିବ ଛାତ୍ରାବାସ।
ରାଷ୍ଟ୍ରୀୟ ଫାଇଟର ଯୋଜନା ଘୋଷଣା କରାଯାଇଛି।
ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଡିଜାଇନ୍ ପ୍ରତିଷ୍ଠା ହେବ।
ପ୍ରମୁଖ ଶିଳ୍ପାଞ୍ଚଳ ନିକଟରେ ୫ ୟୁନିଭର୍ସିଟି ଟାଉନସିପ୍ ସ୍ଥାପନ ହେବ।
ଖୋଲିବ ଆଉ ୩ ନୂଆ ସର୍ବ
ଭାରତୀୟ ଆୟୁର୍ବେଦ ସଂସ୍ଥା।