ଆୟକର ନିୟମରେ ବଡ଼ ପରିବର୍ତ୍ତନ

ଆୟକର ଫାଙ୍କିଲେ ଯିବେନି ଜେଲ୍

ନୂଆଦିଲ୍ଲୀ, ୦୧/୦୨: ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ୍ ରେ ଆୟକର ଦାତା ମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ଏହି ନୂଆ ଆୟକର ନିୟମ ୧ ଏପ୍ରିଲ ୨୦୨୬ରୁ ଲାଗୁ ହେବ।

ନୂଆ ନିୟମ ଅନୁଯାୟୀ, ଆୟକର ଲୁଚାଇଲେ ଆଉ ମିଳିବନି ଦଣ୍ଡ। ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ। ଏହା ଦ୍ୱାରା ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ।

ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ITR 1, ITR 2 ଲୋକେ ଭରିପାରିବେ ରିଟର୍ଣ୍ଣ। PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI। ମୋଟର ଦୁର୍ଘଟଣା ବାବଦ ସୁଧ ଉପରେ ଆୟକର ଲାଗୁ ହେବନି।