ଭିଜିଲାନ୍ସ ଜାଲରେ ଜେଇ

ଲାଞ୍ଚ ନେଇ ଫସିଲେ

ମାଲକାନଗିରି, ୦୩/୦୨: ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲାର ଏକ ଇଟା କାରଖାନାର ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ TPSODLର ଜୁନିଅର ଇଞ୍ଜିନିୟର (JE) ପ୍ରଦେଶ ପ୍ରସାଦ ନାୟକ ଏବଂ ଜଣେ ବେସରକାରୀ ବ୍ୟକ୍ତି ଭଞ୍ଜକିଶୋର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ।

କାରଖାନାକୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିବା ପାଇଁ ଲାଞ୍ଚ ମାଗୁଥିବା ଏବଂ ଗ୍ରହଣ କରୁଥିବା ସମୟରେ TPSODL କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଦୁହେଁ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ୍ ତୁରନ୍ତ ତାଙ୍କଠାରୁ ସମ୍ପୂର୍ଣ୍ଣ ଟଙ୍କା ଆଦାୟ କରିଥିଲା। ଏହା ପରେ ଜେଇଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଚଢ଼ାଉ କରିଛି।