୮ ସାଂସଦ ସସ୍‌ପେଣ୍ଡ୍‌

ଚଳିତ ବଜେଟ୍‌ ଅଧିବେଶନରୁ ପୂରା ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୦୩/୦୨: ସଂସଦରେ ବିରୋଧୀ ପକ୍ଷ କଂଗ୍ରେସର ୮ ସାଂସଦ ସସ୍‌ପେଣ୍ଡ୍‌। ୮ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ଲୋକସଭା ବାଚସ୍ପତି। ହିବି ଇଦେନ, ଅମରିନ୍ଦର ସିଂ ରାଜା ୱାରିଂ, ମଣିକମ୍‌ ଟାଗୋର, ଗୁରଜିତ ସିଂ ଔଜଲା, କିରଣ କୁମାର ରେଡ୍ଡୀ, ପ୍ରଶାନ୍ତ ପାଡୋଲେ, ଏସ୍‌ ଭେଙ୍କଟେସନ ଓ ଡିନ୍‌ କୁରିଆକୋସଙ୍କୁ ସସପେଣ୍ଡ କରାଯାଇଛି।

ଚଳିତ ବଜେଟ୍‌ ଅଧିବେଶନରୁ ପୂରା ସସ୍‌ପେଣ୍ଡ ନେଇ ସୂଚନା ମିଳିଛି। ବାଚସ୍ପତିଙ୍କୁ ପୋଡିୟମକୁ କାଗଜ ଫିଙ୍ଗିବା ଯୋଗୁଁ ସସ୍‌ପେଣ୍ଡ୍‌ ହୋଇଛନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ହଙ୍ଗାମା କରିଥିଲେ ବିରୋଧୀ ଦଳ ସାଂସଦ। ବିରୋଧୀଦଳ ନେତାଙ୍କ ବିବାଦୀୟ ମନ୍ତବ୍ୟରୁ ହଟ୍ଟଗୋଳ ଓ କାଗଜ ଫିଙ୍ଗା ହୋଇଥିଲା। ଗୃହ ସଠିକ୍ ଭାବେ ଚାଲି ନ ପାରିବାରୁ ଆଜି ପାଇଁ ସଂସଦକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ବିରୋଧୀ ଦଳଗୁଡ଼ିକ ପ୍ରବଳ ସ୍ଲୋଗାନ ଦେବା ମଧ୍ୟରେ ସାଂସଦମାନଙ୍କୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା, ଯାହା ପରେ ଗୃହକୁ ଦିନସାରା ମୁଲତବୀ ରଖାଯାଇଥିଲା।

ଦିଲୀପ ସାଇକିଆ କହିଥିଲେ ଯେ ବିରୋଧୀ ଦଳଗୁଡ଼ିକର ସଂସଦରେ ପ୍ରସଙ୍ଗ ଉଠାଇବାର ସମ୍ପୂର୍ଣ୍ଣ ଅଧିକାର ଅଛି, କିନ୍ତୁ ନିରନ୍ତର ବାଧା ଗ୍ରହଣୀୟ ନୁହେଁ। “ସଦନରେ ଆଲୋଚନା ହେବା ଉଚିତ, କାରଣ ଏହା ସମସ୍ତଙ୍କର। ତଥାପି, ପ୍ରତିବାଦ ନାମରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବାଧା ଦେବା ଏବଂ ଗୃହକୁ ଅଚଳ କରିବା ସଂସଦୀୟ ପରମ୍ପରା ବିରୁଦ୍ଧରେ।