ଆଜିଠୁ କୋରାପୁଟ ଜିଲ୍ଲା ନକ୍ସଲ ମୁକ୍ତ

କୁଖ୍ୟାତ ନକ୍ସଲ ମମତାର ଆତ୍ମସମର୍ପଣ

କୋରାପୁଟ, ୦୪/୦୨: ଆଜିଠୁ ନକ୍ସଲ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା। ଏ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ ସୂଚନା ଦେଇଛନ୍ତି। ମହିଳା ନକ୍ସଲ ମମତା ପୋଡ଼ିଆମୀଙ୍କ ଆତ୍ମସମର୍ପଣ ପରେ ଏହି ଘୋଷଣା କରିଛନ୍ତି ଡିଆଇଜି। ACM ରାଙ୍କର ସିପିଆଇ ମାଓବାଦୀ କ୍ୟାଡର ମମତା ଆଜି ଆତ୍ମସମର୍ପଣ କରିଛନ୍ତି। ରାଇଫଲ୍, ମାଗାଜିନ୍ ଓ ୧୦ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି ମମତା।