ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର

ମୁଁ ଛାଡ଼ିଲି, କଂଗ୍ରେସ ଜଟଣୀରେ ହାରିଲା: ସୁର

ଭୁବନେଶ୍ୱର, ୦୯/୦୨: ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ। ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ। କଂଗ୍ରେସ ଟିକେଟରୁ ଜଟଣୀରୁ ଲଢ଼ିବେ ସୁର। ଲୋକ ଚାହିଁଲେ ଲଢ଼ିବି। ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ ବୋଲି ସେ କହିଛନ୍ତି।

ସୁର କହିଛନ୍ତି, “ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢ଼ିବି। ମୁଁ ଛାଡ଼ି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା। ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ। ଲୋକଙ୍କ ସହ ମିଶୁଛୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି। ଆମ ପାଖରେ ଶକ୍ତି, ସଂଗଠନ, ପଇସା ଅଛି; ଜିତିବୁ” ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁର ରାଉତରାୟ।