ଓଲିଉଡ଼ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ

ପରିବାରର ସୁରକ୍ଷା ଦାବିରେ ଡିସିପିଙ୍କୁ ଭେଟିଲେ

କଟକ, ୦୯/୦୨: ଓଲିଉଡ୍‌ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ସାତ୍ୟକୀଙ୍କୁ ଧମକ ମିଳିଛି।

ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ ଦେଖାଯାଇଛି। ଏ ନେଇ ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସାତ୍ୟକୀ।

ଅଭିଯୋଗ ମୁତାବକ, ୬ ତାରିଖରେ ଘରେ ପଶି ବୃଦ୍ଧ ବାପାଙ୍କୁ ହତ୍ୟା ଧମକ ଦେଇଥିଲେ। ପୁରୀଘାଟ ଥାନାରେ ଏତଲା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଡିସିପିଙ୍କୁ ଭେଟିଛନ୍ତି। ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି।