କଲେଜରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଚଣ୍ଡୀଗଡ଼, ୦୯/୦୨: ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସାଥୀ ଛାତ୍ର। ତରନତାରନର ଉସ୍‌ମା ଲ’ କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସାଥୀ ଛାତ୍ର।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମୃତ ଛାତ୍ରୀ ଓ ଗୁଳି କରିଥିବା ଛାତ୍ର ଉଭୟ ପ୍ରଥମ ସେମିଷ୍ଟର ପଢ଼ୁଥିଲେ।

ଯୁବକ ଜଣକ ମାଲିଆ ଗ୍ରାମର ବାସିନ୍ଦା ପ୍ରିନ୍ସ ରାଜ ସିଂହ ବୋଲି ଚିହ୍ନଟ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରିନ୍ସ କଲେଜରେ ପ୍ରବେଶ କରି ଛାତ୍ରୀଙ୍କ କପାଳରେ ଗୁଳି କରିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରିନ୍ସ ମଧ୍ୟ କିଛି ସମୟ ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

ଘଟଣା ପରେ, ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି, ଏବଂ କଲେଜ କ୍ୟାମ୍ପସରେ ପୋଲିସ ପାଟ୍ରୋଲିଂ ଆରମ୍ଭ କରାଯାଇଛି। ପୋଲିସ ଅଧିକ ତଦନ୍ତ କରୁଛି।