ମସ୍କୋ, ୧୨/୦୨: ଦେଶର ଆଇନ ଉଲଂଘନ କରିବା ପାଇଁ ରୁଷ ମେସେଜିଂ ଆପ୍ ହ୍ୱାଟସଆପ୍କୁ ବ୍ୟାନ୍ କରିଛି ବୋଲି କ୍ରେମଲିନ୍ ଗୁରୁବାର ଦିନ ନିଶ୍ଚିତ କରିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି, “ହ୍ୱାଟସଆପ୍ର “ରୁଷ ଆଇନ ପାଳନ କରିବାକୁ ଅନିଚ୍ଛା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି।
ପୂର୍ବରୁ, ମେଟାର ମାଲିକାନା ଥିବା ହ୍ୱାଟସଆପ୍ କହିଥିଲା ଯେ ରୁଷ କର୍ତ୍ତୃପକ୍ଷ ଆପ୍ ଆକ୍ସେସ୍ ସୀମିତ କରିବାକୁ ଚେଷ୍ଟା କରିଛନ୍ତି। ଟେଲିଗ୍ରାମ ପ୍ରତିଷ୍ଠାତା ପାଭେଲ ଡୁରୋଭ ମଧ୍ୟ ମସ୍କୋ ଉପରେ ତାଙ୍କ ପ୍ଲାଟଫର୍ମକୁ ଆକ୍ସେସ୍ ଅବରୋଧ କରିବାର ଅଭିଯୋଗ ଆଣିବା ପରେ ଏହି ବିବୃତ୍ତି ଆସିଛି।
ଋଷିଆର ଆଇନ ଅମାନ୍ୟ କରାଯାଉଥିବା ଅଭିଯୋଗରେ ବ୍ୟାନ୍ କରିଛି ଦେଶ। ୧୦ କୋଟି ୟୁଜର୍ସଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଏକ୍ସରେ ପୋଷ୍ଟ କରି ବ୍ୟାନ ସମ୍ପର୍କରେ ସୂଚନା ଦେଲା ମେଟା।
ତେବେ ପେସକୋଭ କହିଛନ୍ତି, ଯଦି କମ୍ପାନୀ ରୁଷର ନିୟମ ମାନେ, ତେବେ ହ୍ୱାଟ୍ସଆପ୍ କୁ ପୁଣି ଆରମ୍ଭ କରାଯିବ।
ହ୍ୱାଟ୍ସଆପ୍ ବ୍ୟାନ କରିବା ପରେ ରୁଷ ନିଜର ସ୍ୱତନ୍ତ୍ର ମେସେଜିଂ ଆପ୍ ‘ମ୍ୟାକ୍ସ’ର ବ୍ୟବହାର ପାଇଁ ନିଜ ନାଗରିକଙ୍କୁ ଅନୁରୋଧ କରିଛି।