ମୁନିଗୁଡ଼ାରେ ବାଘ ଆତଙ୍କ

ଗ୍ରାମବାସୀ ଭୟଭୀତ

ମୁନିଗୁଡ଼ା, ୧୨/୦୨: ରାୟଗଡ଼ା ଜିଲ୍ଲା ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଡିମିରିଗୁଡା ଗ୍ରାମ ନିକଟରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ବାଛୁରୀ ଛୁଆକୁ ବାଘ ମାରି ଖାଇଥିବା ବେଳେ ତାର ଆଖପାଖ ଅଞ୍ଚଳରେ ତାର ପାଦ ଚିହ୍ନ ଦେଖିବାକୁ ମିଳିଛି। ଖବର ପାଇ ମୁନିଗୁଡା ରେଞ୍ଜର ପ୍ରବୀଣ ଦାସ, ଫରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗି ଓ ବନବିଭାଗର ଅନ୍ୟ କର୍ମଚାରୀମାନେ ଉକ୍ତ ଜାଗାକୁ ଯାଇ ଅନୁସନ୍ଧାନ କରିବା ସହ ଟ୍ରାପ କ୍ୟାମେରା ଲଗାଇଛନ୍ତି। ବାଘର ଗତିବିଧି ଲକ୍ଷ୍ୟ କରାଯାଇଥିବା ସହ ବାଘ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ରେଞ୍ଜର ପ୍ରବୀଣ ଦାସ କହିଛନ୍ତି। ଉକ୍ତ ଅଞ୍ଚଳରେ ଆଖପାଖ ଗ୍ରାମର ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି।