ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୋଲିସର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗିରଫଦାରୀକୁ ସପ୍ତାହେରୁ ଅଧିକ ସମୟ ହୋଇଗଲାଣି । କିନ୍ତୁ ପୋଲିସର ତଦନ୍ତ କେତେ ଆଗେଇଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ଅର୍ଚ୍ଚନା ‘ନାଗ’ ଫାଶରେ ଫସିଥିବା ନେତା, ମନ୍ତ୍ରୀ, ଅଧିକାରୀ, ବ୍ୟବସାୟୀଙ୍କୁ ପୋଲିସ ପଚରାଉଚରା କରିଛି କି ନାହିଁ, ତାହା ଜଣାପଡ଼ିନାହିଁ । ତା’ଛଡ଼ା ପୋଲିସ୍ କେଉଁମାନଙ୍କୁ ସାକ୍ଷୀ ଭାବେ ପରିସରଭୁକ୍ତ କରିଛି, ତାହା ମଧ୍ୟ ଅସ୍ପଷ୍ଟ ।

ତେବେ ଏହାକୁ ନେଇ ନା ତଦନ୍ତକାରୀ ଅଧିକାରୀ କିଛି ସୂଚନା ଦେଉଛନ୍ତି ନା ଖୋଦ୍ ଡିସିପି କିମ୍ବା ପୋଲିସ୍ କମିଶନର କିଛି ସୂଚନା ଦେଉଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ମାମଲା ଆଗକୁ ବଢ଼ିବ କି ନାହିଁ ।