ବାଲିଯାତ୍ରାରେ ପ୍ଲଟ୍‌ ବୁକିଂ ଦାମ୍‌ ବଢ଼ାଇଲା ପ୍ରଶାସନ

କଟକ,୧୮/୧୦: ଵାଲିଯାତ୍ରା ଆୟୋଜନରେ କଟକ ଜିଲ୍ଲା ପ୍ରଶାସନ ଝିଣ୍ଟିକା ମାରି ଵଣି ପୋଶିଵା ନୀତିରେ କାମ କରୁଛି । ଏପରି ଅଭିଯୋଗ କରି ଵିଜେପି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛି । ଵିଜେପିର ଅଭିଯୋଗ ଅନୁସାରେ ଜିଲ୍ଲା ପ୍ରଶାସନ ପ୍ଲଟ ଵୁକିଂ ଦାମ ଵଢାଇ ଛୋଟ ଵ୍ୟଵସାୟୀଙ୍କୁ ହତୋତ୍ସାହିତ କରିଵା ସହ କର୍ପୋରେଟ ସଂସ୍ଥା ପ୍ରତି ଅନୁକମ୍ପା ଦେଖାଉଛି। ସେପଟେ ଜିଲ୍ଲାପାଳ କହିଛନ୍ତି, ପ୍ରଶାସନ ଛୋଟ ଵ୍ୟଵସାୟୀଙ୍କ ପାଇଁ ସ୍ବତନ୍ତ୍ର ଵ୍ୟଵସ୍ଥା କରିଛନ୍ତି।
୨୦୧୯ମସିହା ଵାଲିଯାତ୍ରାରେ ଯେଉଁ ପ୍ଲଟର ଵର୍ଗଫୁଟ ଦାମ ୨୭ଟଙ୍କା ଥିଲା ତାହା ଚଳିତ ଵର୍ଷ ୪୦ଟଙ୍କା ହୋଇଛି । ଜିଏସଟି ମିଶାଇଲେ ଏହି ଦାମ ଵର୍ଗଫୁଟ ପିଛା ୫୦ଟଙ୍କା ହୋଇଛି। ସେପଟେ ଅତି ଛୋଟ ଵ୍ୟଵସାୟୀ ମାନେ ଵାଲିଯାତ୍ରା ପଡିଆ ରାସ୍ତା କଡରେ ଵସି ନିଜ ଜିନିଷ ଵିକ୍ରି ପାଇଁ ୯ଦିନକୁ ହଜାରେ ଟଙ୍କା ଧାର୍ଯ୍ୟ କରିଛି କଟକ ଜିଲ୍ଲା ପ୍ରଶାସନ । ତେଵେ ପ୍ଲଟର ଦାମ ଵଢାଇଵାକୁ ଵିରୋଧ କରିଛି କଟକ ନଗର ଵିଜେପି। ଏଭଳି ନିଷ୍ପତ୍ତି ଛୋଟ ଵ୍ୟଵସାୟୀଙ୍କ ପେଟକୁ ନାତ ମାରି ଵଡ ବ୍ୟବସାୟୀଙ୍କୁ ଫାଇଦା ପହଞ୍ଚାଇବା ଭଳି ଅଭିଯୋଗ କରି ଵିଜେପି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ ଆରମ୍ଭ କରିଛି।