ଭୁବନେଶ୍ୱର, ୧୬/୦୨: ୧୫ ଫେବୃୟାରୀରେ ଆମେରିକାରେ ରହୁଥିବା ଶ୍ରୀମତୀ ମନୋରମା ଚୌଧୁରୀ ଓ ଏନ୍.ସି.ଇ.ଆର.ଟି ର ଅବସରପ୍ରାପ୍ତ ଅଧ୍ୟାପକ, ଡ଼ଃ ଜୟକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ଲିଖିତ ଅଷ୍ଟନାୟିକା; ତତ୍ତ୍ଵ ଓ କବିତା ପୁସ୍ତକ ବୁକ୍କା ବୁକ୍ ଷ୍ଟୋର କକ୍ଷରେ ଉନ୍ମୋଚିତ ହୋଇଯାଇଛି।
ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲବ୍ଧ ପ୍ରତିଷ୍ଠିତ ବୈଜ୍ଞାନିକ ଡ଼ଃ ବରିଶ ପାଣିଗ୍ରାହୀ ଓ ଶ୍ରୀ ଶଶିଭୂଷଣ ରଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।
ଭରତ ମୁନିଙ୍କ ରଚିତ ନାଟ୍ୟଶାସ୍ତ୍ରରେ ଅଷ୍ଟନାୟିକା ବର୍ଣ୍ଣନା ପରିଦୃଷ୍ଟ ହେଲେ ହେଁ, ଅଳଙ୍କାର ଓ କାବ୍ୟଶାସ୍ତ୍ରରେ ଅଷ୍ଟନାୟିକାଙ୍କ ଚରିତ୍ର ଅମିୟ ଧାରାରେ ଏହି ପୁସ୍ତକରେ ସାବଲୀଳ ଧାରାରେ ପରିବେଶିତ ହୋଇଛି। ସରଳ ଓ ସହଜ ଭାବବୋଧର ଏହା ଏକ ଅନୁପମ କୃତି।
ଏହି ପୁସ୍ତକକୁ ସମୀକ୍ଷା କରିଥିଲେ ବିଶିଷ୍ଟ ଲେଖିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ। ଏହି ଉତ୍ସବରେ ପ୍ରଫେସର ପ୍ରଭାତ କୁମାର ପାଢ଼ୀ, ଶ୍ରୀ ଦେବୀପ୍ରସନ୍ନ ତ୍ରିପାଠୀ, ଶ୍ରୀମତୀ ପୁଷ୍ପଶ୍ରୀ ତ୍ରିପାଠୀ, ଶ୍ରୀ ଅଶୋକ ମିଶ୍ର, ଶ୍ରୀ ରାଜେଶ ରଞ୍ଜନ ମହାନ୍ତି, ଶ୍ରୀମତୀ ସ୍ମିତ୍ୟ ସାମନ୍ତ ଓ ଶ୍ରୀମତୀ ନମିତା ସେନାପତିଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଏ ପୁସ୍ତକଟି ଅତ୍ୟନ୍ତ ଉପାଦେୟ ଏବଂ ଏହା ପୂର୍ବରୁ ଏପରି ଚିତ୍ର କବିତା ଓ ଆଧୁନିକ କବିତାର ସମ୍ମିଶ୍ରଣରେ ତତ୍ତ୍ୱଭିତ୍ତିକ ପୁସ୍ତକ ମିଳେନାହିଁ ବୋଲି ସମୀକ୍ଷକ ପ୍ରକାଶ କରିଥିଲେ। ପୁସ୍ତକରେ ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଆଶା କରାଯାଇଛି।