କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ସିତ୍ରାଙ୍ଗ ?

କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ସିତ୍ରାଙ୍ଗ । ଆଇଏମଡି-ଜିଏଫ୍ଏସ୍ ମଡେଲର ଆକଳନ, ଓଡ଼ିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ୨୮ ତାରିଖ ସକାଳ ୫ଟା ୩୦ରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । କିନ୍ତୁ ଏହା କେବଳ ମଡେଲ ଆଧାରରେ ଏକ ଆକଳନ । ବାତ୍ୟାର ଗତି ଓ ଦିଗ କେଉଁ ଆଡେ ରହିବ, ସେନେଇ ଏଯାଏଁ ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ ।

ହେଲେ ସିଏମଡବ୍ଲ୍ୟୁଏଫ୍ ମଡେଲର ଆକଳନ ଅନୁସାରେ ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ପଥେର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୨୫ ତାରିଖ ସକାଳ ୫ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ କରିବା ନେଇ ଏହି ମଡେଲ କହିଛି । ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତି ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇଥିଲେ ବି ବିଭିନ୍ନ ମଡେଲ ଏହାକୁ ନେଇ ଆକଳନ କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗର ନଜର ସମସ୍ତ ମଡେଲ ଉପରେ ରହିଛି । ପ୍ରତ୍ୟେକ ମଡେଲକୁ ବିଶ୍ଳେଷଣ କରୁଛି ଆଇଏମଡି ।