ଓଡ଼ିଶା ଛୁଇଁବନି ବାତ୍ୟା !

ଭୁବନେଶ୍ୱର: ଓଡ଼ିଶା ଛୁଇଁବନି ବାତ୍ୟା । ଏହା ଓଡ଼ିଶା ଉପକୂଳରୁ କିଛି ଦୂରରେ ଘସି ହୋଇ ଚାଲିଯିବ । ବାତ୍ୟା ଏବେ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ । ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ । ସୃଷ୍ଟି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି।

ସୃଷ୍ଟ ଘୂର୍ଣ୍ଣିବଳୟ ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ଆଶଙ୍କା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚମ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ ୨୪ ତାରିଖ ଆଡ଼କୁ ଏହା ପୁଣି ଉତ୍ତର ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଅଂଚଳରେ ଘନୀଭୂତ ହୋଇପାରେ।