ଅଟୋ ଡ୍ରାଇଭରଙ୍କ ମହାନତା

ଫେରାଇଲେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କ ଟଙ୍କା ଭର୍ତ୍ତି ପର୍ସ

ଭୁବନେଶ୍ୱର, ୨୬/୦୨: ଜଣେ ଅଟୋ ଡ୍ରାଇଭରଙ୍କ ମହାନତା ସମସ୍ତଙ୍କୁ ଚକିତ କରିଦେଇଛି । ଗତ କିଛି ଦିନ ତଳେ ବରିଷ୍ଠ ସାମ୍ବାଦିକ ହଳଧର ଧୀର ଓ ତାଙ୍କର ପତ୍ନୀ ଚିକିତ୍ସା ଲାଗି ଆମ ବସ୍‌ରେ କଟକ ଯାଉଥିବା ବେଳେ ବାଦାମବାଡ଼ିରେ ଓହ୍ଲାଇବା ସମୟରେ ତାଙ୍କ ପତ୍ନୀଙ୍କ ବ୍ୟାଗ୍‌ରୁ ପର୍ସଟି ଆଖି ପିଛୁଳାକେ ଚୋରୀ ହୋଇଯାଇଥିଲା ।

ସେଥିରେ ବିଭିନ୍ନ ବ୍ୟାଙ୍କର ଏ.ଟି.ଏମ୍‌. କାର୍ଡ଼, କମିଶନରେଟ୍ ପୋଲିସରୁ ମିଳିଥିବା ସିନିୟର ସିଟିଜେନ କାର୍ଡ, ଅନ୍ୟାନ କାର୍ଡ଼ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ଟଙ୍କା ରହିଥିଲା । ଏ ସମ୍ପର୍କରେ ସାମ୍ବାଦିକ ଶ୍ରୀ ଧୀର ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସମ୍ପୃକ୍ତ ଅଟୋ ଡ୍ରାଇଭର ଭରତ ପର୍ସଟି ପାଇ ବାଦାମବାଡ଼ି ଥାନାରେ ଦେଇଥିଲେ ।

ସାମ୍ବାଦିକ ଶ୍ରୀ ଧୀର ଥାନାରୁ ତାଙ୍କ ପର୍ସ ପାଇ ବାଦାମବାଡ଼ି ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ତଥା ଅଟୋ ଡ୍ରାଇଭରଙ୍କୁ କୃତଜ୍ଞତା ଜଣାଇଥିଲେ ।