ବିଜ୍ଞପ୍ତି ପରେ ପ୍ରାର୍ଥୀ ଘମାସନ

ବିଜୟ ତୋମାରଙ୍କ ବଡ଼ ସୂଚନା, ଆଜି ବିଜେଡ଼ିର ବୈଠକ

ଭୁବନେଶ୍ୱର, ୨୬/୦୨: ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ବିଜୟ ପାଲ ସିଂ ତୋମାର କହିଛନ୍ତି, ଆଜି କାଲି ଭିତରେ ସଂସଦୀୟ ବୋର୍ଡ ବୈଠକ ବସିବ। କିଏ ରାଜ୍ୟସଭା ଯିବ ସେହି ବୈଠକରେ ନିଷ୍ପତ୍ତି ହେବ। କୋର୍ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ସଂସଦୀୟ ବୋର୍ଡକୁ ପଠାଯାଇଛି। ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ। ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା ହୋଇପାରେ।

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, “ଆସନ୍ତା ୨୮ ତାରିଖରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତ୍ତି। ଏଥିପାଇଁ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ। ନବୀନଙ୍କୁ ସମୟ ମାଗିଥିଲେ ବି ଏଯାଏଁ ନବୀନ ସମୟ ଦେଇନାହାନ୍ତି।

ଅନ୍ୟପଟେ ବିଜେଡିର ଆଜି PAC ବୈଠକ ବସିବ। ଆଜି ସନ୍ଧ୍ୟା ୫ଟାରେ ନବୀନ ନିବାସରେ ବସିବ ବୈଠକ। ଏହି ବୈଠକରେ। ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ବିଭିନ୍ନ ନେତାଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ।