ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇ ମୃତ

୪୦ ଦିନିଆ ଶୋକ ପାଳନ କରିବ ରାଷ୍ଟ୍ର

ତେହେରାନ, ୦୧/୦୩: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହୋଇଛି। ଏ ନେଇ ରବିବାର ଇରାନୀ ମିଡ଼ିଆ ନିଶ୍ଚିତ କରିଛି। ତେହେରାନରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି।

ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ମିଳିତ ଆକ୍ରମଣ ପରେ କରାଯାଇଥିଲା ଇସ୍ରାଏଲ କହିଛି ଯେ ଆମେରିକା ନେତୃତ୍ୱରେ ଚାଲିଥିବା ଅଭିଯାନ – ଯାହାକୁ ଏପିକ୍ ଫ୍ୟୁରି ବୋଲି କୋଡନାମ ଦିଆଯାଇଛି – ଏଥିରେ ଖାମେନେଇଙ୍କର ମୃତ୍ୟୁ ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସାରା ବିସ୍ଫୋରଣ ଖବର ପାଇବା ପରେ ଏକ “ବଡ଼ ଯୁଦ୍ଧ ଅଭିଯାନ” ନିଶ୍ଚିତ କରିଥିଲେ। ଇରାନ ତେହେରାନ, ୟୁଏଇ, ବାହାରିନ, କତାର ଏବଂ ଜୋର୍ଡାନ ସମେତ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା। ଏହି ଅଞ୍ଚଳର ଅନେକ ଦେଶ ସେମାନଙ୍କର ଆକାଶ ମାର୍ଗ ବନ୍ଦ କରିଦେଇଥିଲେ, ଯେତେବେଳେ ସରକାର ନାଗରିକମାନଙ୍କୁ ଘର ଭିତରେ ରହିବା ଏବଂ ଅନାବଶ୍ୟକ ଗତିବିଧି ଏଡାଇବାକୁ ପରାମର୍ଶ ଜାରି କରିଥିଲେ।