କୋଲକାତା, ୦୨/୦୩: ICC ଟି-୨୦ ବିଶ୍ବକପ୍-୨୦୨୬ର ୫୨ତମ ମୁକାବିଲାରେ ଭାରତ ବିଜୟୀ ହୋଇଛି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ଭାରତ ସେମିଫାଇନାଲକୁ ଯାଇଛି। ୱେଷ୍ଟଇଣ୍ଡିଜ ୧୯୫ ରନ୍ କରିଥିବା ବେଳେ ଭାରତ ୧୯୬ ରନ୍ ର ପିଛା କରି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଟିମ୍ ୧୯.୨ ଓଭରରେ ୫ଟି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା।
ଟସ୍ ଜିଣି ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜ ଦଳ ନର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା।
ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଗତ କାଲିର ମ୍ୟାଚ ବହୁ ଗୁରୁତ୍ବପୂର୍ଣ୍ଣ ଥିଲା। ଓପନର ବ୍ୟାଟର ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ ଭାରତ ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ଅନ୍ତିମ ଓଭରରେ ପ୍ରଥମ ୨ଟି ବଲରେ ଚକା ଓ ଚୌକା ମାରି ସେ ଦଳକୁ ସେମି ଫାଇନାଲରେ ପହଞ୍ଚାଇ ଥିଲେ। ସଂଜୁ ସାମସନ ତାଙ୍କର ଇନିଂସରେ ୫୦ଟି ବଲ୍ ଖେଳିଥିଲେ। ସେ ୧୨ଟି ଚୌକା ଏବଂ ୪ଟି ଛକା ବଳରେ ୯୭ ରନ୍ କରି ଅପରାଜିତ ପାଭିଲିଅନ ଫେରିଥିଲେ।
ଭାରତ ଗ୍ରୁପ୍-୧ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ତିଳକ ବର୍ମା ୨୭, ସୂର୍ଯ୍ୟକୁମାର ୧୮ ଓ ହାର୍ଦିକ ପାଣ୍ଡ୍ୟା ୧୭ ରନ୍ କରିଥିଲେ। ସବୁଠୁ ବେଶୀ ଆଶା କାରାଯାଉଥିବା ଅଭିଷେକ ଶର୍ମା ମାତ୍ର ୧୦ ରନ କରି ଫେରିଥିଲେ। ଇଶାନ କିଷାନ ମଧ୍ୟ ୧୦ ରନ୍ କରିଥିଲେ।