ଚୀନ ଏବଂ ରୁଷ ତୁଳନାରେ ଦୁର୍ବଳ ଆମେରିକା ସେନା

ନୂଆଦିଲ୍ଲୀ ବିଶ୍ୱ ଆଗରେ ଆମେରିକାକୁ ଆର୍ଥିକ ରୂପରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଣାଯାଏ । କିନ୍ତୁ ପ୍ରତିରକ୍ଷା ମାମଲାରେ ଏହାର ସେନା ଗୋଟିଏ ବି ଯୁଦ୍ଧ ଜିତିବାରେ ସକ୍ଷମ ନୁହେଁ । ଆମେରିକାର ସୈନ୍ୟ ଶକ୍ତି ଉପରେ ଆଧାରିତ ଏକ ନୂଆ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ ଅନୁସାରେ, ଆମେରିକା ସେନାର ଯବାନ ଚୀନ ଏବଂ ରୁଷଠାରୁ ସମ୍ଭାବିତ ବିପଦର ମୁକାବିଲା କରିବାରେ ଅସମର୍ଥ ଅଟନ୍ତି । ଯୁଦ୍ଧି ଜିତିବା ପାଇଁ ପେଣ୍ଟାଗନ ସେନାକୁ ସଂଘର୍ଷ କରିବାକୁ ପଡିବ ।

ବର୍ତ୍ତମାନର ସ୍ଥିତିରେ ଦୁଇ ପକ୍ଷରୁ ଯୁଦ୍ଧର ସମ୍ଭାବନା ଅଧିକ ରହିଛି । କାରଣ ଗୋଟିଏ ପଟେ ୟୁକ୍ରେନରେ ରୁଷ ଯୁଦ୍ଧ କରୁଥିବା ବେଳେ ଅନ୍ୟପଟେ ଚୀନ ପ୍ରଶାନ୍ତ ମହାସଗରୀୟ କ୍ଷେତ୍ରରେ ଆକ୍ରାମକ ହୋଇ ଆଗକୁ ବଢୁଛି । ଏହି ସ୍ଥିତିରେ ଦୁଇ ଆଡୁ ଲଢେଇ ଆମେରିକା ସେନାକୁ ଅସୁବିଧାରେ ପକାଇବ।

ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ସୈନ୍ୟ କ୍ଷମତାରେ ଅନେକ ଦୁର୍ବଳତା ରହିଛି । ଯବାନଙ୍କ ପାଖରେ କ୍ଷମତା, ପର୍ଯ୍ୟାପ୍ତ ପରିମାଣର ହତିଆର ଏବଂ ସୈନ୍ୟ ଉପକରଣ ନଥିବା ଏକ ବଡ଼ ସମସ୍ୟା । ଏଥିରେ ମେରାଇନ କପର୍ସର କ୍ଷମତାକୁ ଅଧିକ ବଢାଇବାକୁ ଜୋର ଦିଆଯାଇଛି । ସ୍ଥଳସେନାକୁ ଆଭରେଜ୍ ରେଟିଂ ଦିଆଯାଇଛି । ଆଭ୍ୟନ୍ତରୀଣ ସୁରକ୍ଷା ବଳ ଏବଂ ନୌସେନାକୁ ଦୁର୍ବଳ ଏବଂ ବାୟୁସେନାକୁ ଅଧିକ ଦୁର୍ବଳ କୁହାଯାଇଛି ।