ଟିମ୍ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

‘ଭାରତୀୟଙ୍କ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି’

ଭୁବନେଶ୍ୱର, ୦୮/୦୩: ଆଇସିସି ଟି୨୦ ବିଶ୍ବକପ୍‌-୨୦୨୬ରେ ଚାମ୍ପିଅନ ଭାରତୀୟ ପୁରୁଷ କ୍ରିକେଟ୍‌ ଟିମର ବୃହତ ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଲ୍ଲେଖନୀୟ ଦୃଢ଼ତା ଏବଂ ଚମତ୍କାରିତା ପ୍ରଦର୍ଶନ କରିତିବା ଭାରତୀୟ ଟିମ୍‌କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହି ଚମତ୍କାର ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି।