ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ

‘ୱେଲ୍ ଡନ୍ ଟିମ୍ ଇଣ୍ଡିଆ’

ନୂଆଦିଲ୍ଲୀ, ୦୮/୦୩: T-20 ବିଶ୍ବକପ୍ ଜିତିଲା ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବଡ଼ ବିଜୟ। ତୃତୀୟ ଥର ପାଇଁ T-20 ବିଶ୍ବକପ୍ ଜିତିଲା ଭାରତ। ଟିମ୍ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ବିଜୟ କ୍ରିକେଟପ୍ରେମୀଙ୍କ ପାଇଁ ଅପାର ଗୌରବ ଓ ଆନନ୍ଦ ଆଣିଛି। କାମନା କରୁଛି ଆମର କ୍ରିକେଟ୍ ଦଳ ଭବିଷ୍ୟତରେ ଗୌରବ ବଜାୟ ରଖୁ ବୋଲି ରାଷ୍ଟ୍ରପତି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

ସେହିପରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୱେଲ୍ ଡନ୍ ଟିମ୍ ଇଣ୍ଡିଆ କହି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ। ଏହି ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ନିଷ୍ପତ୍ତି ଓ ଟିମ୍‌ୱାର୍କକୁ ପ୍ରତିଫଳିତ କରୁଛି। ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି ବୋଲି କହିଛନ୍ତି।

ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଚମତ୍କାର ବିଜୟ ଭାରତୀୟଙ୍କ ହୃଦୟକୁ ଗର୍ବ ଓ ଆନନ୍ଦରେ ଭରି ଦେଇଛି ବୋଲି କହିଛନ୍ତି।