୨୪ ଘଣ୍ଟାରେ ଦୁର୍ଘଟଣା ନେଲା ୧୪ ଜୀବନ

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ

କେନ୍ଦୁଝର/ସମ୍ବଲପୁର, ୦୯/୦୩: ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ। ୨୪ ଘଣ୍ଟାରେ ଗଲାଣି ୧୪ ଜଣଙ୍କ ଜୀବନ। ବରଗଡ଼ରେ ୪, କୁଚିଣ୍ଡାରେ ୩, କେନ୍ଦୁଝରରେ ୩, ବଣାଇରେ ୨ ଓ ବାରଙ୍ଗ, ବଲାଙ୍ଗିର ଓ ପୋଲସରାରେ ଜଣେ ଲେଖାଏଁ ମୃତ।

ବରଗଡ଼ ଜିଲ୍ଲା ଗୋଡଭଗା ନିକଟରେ ଏକ ବାଇକକୁ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ନାବାଳକ ପୁଅ ସହ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ମାନେ ହେଲେ ଜାମପାଲି ଗାଁର ୫୫ ବର୍ଷିୟ ସନ୍ତୋଷ ପଧାନ, ୪୮ ବର୍ଷିୟ କହର ପଧାନ, ଦୟାସାଗର ପଧାନ ଓ ସନ୍ତୋଷ ପଧାନ।

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖଜୁରିଡିହା ଛକରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଦର ଥାନା ତେନ୍ତୁଳି ନିକଟରେ ଆଉ ଏକ ଦୁର୍ଘଟଣା ହୋଇଛି। ବାଇକ୍‌ରେ ଯିବା ବେଳେ ଟ୍ରକ୍‌ ପଛରୁ ପିଟିବାରୁ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି।

ବଣାଇରେ ଟ୍ରକ ଧକ୍କାରେ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।