ହାଇଟେକ୍ କ୍ରିକେଟ ଲିଗ୍ ଉଦ୍ଘାଟିତ
ହାର୍ ଜିତ୍ ଜୀବନକୁ ଅଧିକ ଶକ୍ତ ଓ ବାସ୍ତବବାଦୀ କରିଥାଏ: ଡକ୍ଟର ତିରୁପତି ପାଣିଗ୍ରାହୀ
ଭୁବନେଶ୍ବର, ୦୯/୦୩: ହାଇଟେକ୍ କ୍ରିକେଟ ଲିଗ୍ ମହାଆଡମ୍ବରରେ ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ବର ହାଇଟେକ୍ ମେଡିକାଲ୍ କଲେଜ ପରିସରରେ ୧୫ତମ ହାଇଟେକ୍ କ୍ରିକେଟ ଲିଗକୁ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଉଦଘାଟନ କରିଛନ୍ତି| ନୂତନ ଭାବେ ପ୍ରସ୍ତୁତ ହୋଇଥିବା କ୍ରିକେଟ ପଡିଆକୁ ଡକ୍ଟର ପାଣିଗ୍ରାହୀ ଉଦଘାଟନ କରିବା ସହ ଆସନ୍ତା ବର୍ଷକ ମଧ୍ୟରେ ୮ଶହ ଆସନ ବିଶିଷ୍ଟ ଏକ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲୋ ଜୀବନ ସଂଘର୍ଷପୂର୍ଣ ଏବଂ ଖେଳ ହିଁ ମନୁଷ୍ୟ ଜୀବନରେ ବାସ୍ତବତା ସୃଷ୍ଟି କରିଥାଏ ବୋଲି ଡକ୍ଟର ପାଣିଗ୍ରାହୀ କହିଥିଲେ। ଖୁବ୍ କମ ସମୟ ମଧ୍ୟରେ ଏକ ଆକର୍ଷଣୀୟ ପଡିଆ ପ୍ରସ୍ତୁତ କରିପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲ। ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦିବାରାତ୍ର କ୍ରିକେଟ ଲିଗରେ ହାଇଟେକ୍ ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ହାଇଟେକ୍ ମେଡିକାଲ କଲେଜ ରାଉଲକେଲା ଓ ମେଡିକାଲ କଲେଜ ତିରୁପତିର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଛନ୍ତି। ହାଇଟେକ୍ ଗ୍ରୁପର ନସିଂ କଲେଜ, ଫିଜିଓଥେରାପି କଲେଜ, କୋଣାର୍କ ଯୁକ୍ତଦୁଇ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଛନ୍ତି। ସେହିପରି ହାଇଟେକ୍ ଗ୍ରୁପର ଅଧିକାରୀ, ଡାକ୍ତର ଓ କର୍ମଚାରୀମାନେ ମଧ୍ଯ କ୍ରିକେଟର ଏହି ମହାକୁମ୍ଭରେ ଅଂଶ ଗ୍ରହଣ କରିଛନ୍ତି। ଉଦ୍ଘାଟନ ସମାରୋହରେ ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ଡାଃ ରାକେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୁସ୍ମିତା ତ୍ରିପାଠୀ, ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନ ସମାରୋହରେ ପଦ୍ମଶୀ ପ୍ରମୋଦ ଭଗତ ଯୋଗ ଦେଇ ହାଇଟେକ୍ ଗ୍ରୁପର ଏହି ଖେଳୁଆଡ ମନୋଭାବକୁ ଭୂୟଶୀ ପ୍ରସଂସା କରିଥିଲେ। ହାଇଟେକ୍ ଗ୍ରୁପର କ୍ରୀଡାନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତି, କ୍ରୀଡା ଅଧିକାରୀ ସୁରେଶ କୁମାର ନାୟକ, ପ୍ରଶାସନିକ ଅଧିକାରୀ ଡାକ୍ତର ଗୋପୀଶ୍ବର ଆଚାର୍ଯ୍ୟ ପ୍ରମୁଖ ଏହି କ୍ରିକେଟ ଲିଗ୍ ଆୟୋଜନରେ ସହଯୋଗ କରିଥିଲେ।