ଚୌଦ୍ୱାର, ୧୨/୦୩: ବିରୂପା ନଦୀ ବ୍ୟାରେଜ୍ ନିକଟରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ଜିଲ୍ଲା ଚୌଦ୍ବାର ବିରୂପା ବ୍ୟାରେଜ୍ ୧ ନମ୍ବର ଗେଟ ନିକଟରେ ଦୁଇ ଯୁବକଙ୍କର ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।
ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଅଗ୍ନିଶମ ଟିମ୍ ପହଞ୍ଚି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଉଭୟଙ୍କ ପରିଚୟ ମିଳିଛି। ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ। ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ। ତାଙ୍କର ଏକ ମୋଟରସାଇକେଲ ବିରୂପା ବ୍ୟାରେଜ ନିକଟରୁ ଠାବ କରାଯାଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।