ଜେଏସଡବ୍ଲୁର ସମର୍ଥ କେନ୍ଦ୍ରରେ ମହିଳା ଦିବସ ପାଳନ

ମାଆମାନଙ୍କୁ ସମ୍ମାନିତ

ପାରାଦୀପ, ୧୨/୦୩: ପାରାଦୀପ ଅନ୍ତର୍ଗତ ନୁଆଗାଁରେ ଅବସ୍ଥିତ ଜେଏସଡବ୍ଲୁ ଫାଉଣ୍ଡେସନର ସମର୍ଥ ଯୁବ ବିକାଶ କେନ୍ଦ୍ରରେ ମହିଳା ଦିବସ ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳିତ ହୋଇଯାଛି। ଏହି ଅବସରରେ ଉକ୍ତ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମାଆମାନଙ୍କୁ ସମ୍ମାନ ଜଣାଇ ଏକ ଅର୍ଥପୂର୍ଣ୍ଣ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମାଆମାନଙ୍କର ଶକ୍ତି, ସମର୍ପଣ ଓ ତ୍ୟାଗକୁ ସ୍ୱୀକାର କରାଯାଇଥିଲା।ଯେଉଁମାନେ ନିଜ ସନ୍ତାନଙ୍କ ଭବିଷ୍ୟତ ଗଢ଼ିବାରେ ମୁଖ୍ୟ ଭୂମିକା ନିଭାଇ ଥାଆନ୍ତି।ଉକ୍ତ ଉତ୍ସବ କୁ ମାଆମାନେ ଆନନ୍ଦମୟ ପରିବେଶରେ କେକ କାଟି ମହିଳା ଦିବସ କୁ ପାଳନ କରିଥିଲେ। ଏହି ଉପଲକ୍ଷେ ମାଆ ମାନଙ୍କୁ ସମ୍ମାନ ସ୍ୱରୂପ ଉପହାର ପ୍ରଦାନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୁଆଗାଁ ସରପଞ୍ଚ ଶ୍ରୀମତୀ ସୁଚିତ୍ରା ମନ୍ତ୍ରୀ, ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡର ଉପାଧ୍ୟକ୍ଷ (ପ୍ରଶାସନ) ଶ୍ରୀ ମନୋଜ ସିଂହ,ଜେଏସଡବ୍ଲୁ ଫାଉଣ୍ଡେସନ (ସିଏସଆର)ର ଲୋକେସନ୍ ହେଡ୍ ଶ୍ରୀ ଅଭିଜିତ ମହାନ୍ତି ଏବଂ ଗୁରୁକୁଳ ଫାଉଣ୍ଡେସନର ମୁଖ୍ୟ ଶ୍ରୀ ସୂରଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁକୁଳ ଫାଉଣ୍ଡେସନର ଶିକ୍ଷକ,କର୍ମଚାରୀ ଓ ଅନେକ ଛାତ୍ରଛାତ୍ରୀ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।ଆଲୋଚନା ସେସନରେ ଝରଣା ନାୟକ,କଳ୍ୟାଣୀ ଦାସଙ୍କ ସମେତ ଅନ୍ୟାନ୍ୟ ମାଆମାନେ ନିଜ ଝିଅ ମାନଙ୍କର ପ୍ରେରଣାଦାୟକ ଯାତ୍ରା ବିଷୟରେ ଅନୁଭବ ବାଣ୍ଟିଥିଲେ। ସେମାନେ କହିଥିଲେ ଯେ ସମର୍ଥ ଯୁବ ବିକାଶ କେନ୍ଦ୍ର ଯୁବ ପିଢିକୁ ମାର୍ଗଦର୍ଶନ,ଶିକ୍ଷା ଓ ନୂତନ ସୁଯୋଗ ପ୍ରଦାନ କରି ଜୀବନକୁ ପରିବର୍ତ୍ତନ କରୁଛି।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯେତେବେଳେ ମାଆ ମାନେ ସଶକ୍ତ ହୁଅନ୍ତି ଏବଂ ସନ୍ତାନ ମାନେ ଠିକ୍ ଶିକ୍ଷା ଓ ସମର୍ଥନ ପାଆନ୍ତି,ସମାଜର ଭବିଷ୍ୟତ ଅଧିକ ଉଜ୍ଜ୍ୱଳ ଓ ସୁଦୃଢ଼ ହୋଇ ଉଠିଥାଏ ବୋଲି ମତ ପ୍ରକାଶ ପାଇଥିଲା।