ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ମହାବିଜୟ

ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ମହାବିଜୟ । ଦିପାବଳୀ ପୂର୍ବରୁ ଟିମ ଇଣ୍ଡିଆକୁ ଦିପାବଳୀ ଭେଟି ଦେଲେ ବିରାଟ କୋହଲି । ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି । ୪ ୱିକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ପାଣି ପିଆଇଦେଇଛି ଭାରତ । ଏହି ମ୍ୟାଚରେ ବିରାଟ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ଭାରତ ଏବେ ବିଜୟ ସହ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା । ଆରମ୍ଭରୁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟ ଘଟିଥିଲେ ବି ମସୁଦ ଓ ଇଫିତିକାର ଅହମଦଙ୍କ ଅର୍ଦ୍ଧଶତକୀୟ ପାଳି ପାକିସ୍ତାନକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଥିଲା । ଫଳରେ ପାକିସ୍ତାନ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଥିଲା ।