ନୂଆଦିଲ୍ଲୀ, ୧୬/୦୩: ଆଜି ୧୦ ରାଜ୍ୟର ୩୭ଟି ଆସନରେ ଚାଲିଛି ରାଜ୍ୟସଭା ନିର୍ବାଚନ। ମହାରାଷ୍ଟ୍ର ୭, ତାମିଲନାଡୁ ୬, ପଶ୍ଚିମବଙ୍ଗର ୫, ବିହାର ୫, ଓଡ଼ିଶା ୪, ଆସାମ ୩, ଛତିଶଗଡ଼ ୨, ହରିୟାଣାର ୨ଟି ଆସନରେ ଭୋଟିଂ ଚାଲିଛି। ତେଲେଙ୍ଗାନାର ୨ ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ମଧ୍ୟ ଚାଲିଛି ଭୋଟିଂ।
ବିହାରରେ ମୈଦାନରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିହାରର ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ଛଅ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ରାଜ୍ୟସଭା ନିର୍ବାଚନ ପାଇଁ ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଫଳାଫଳ ସନ୍ଧ୍ୟା ୫ଟାରେ ଘୋଷଣା କରାଯିବ।