ଇଟାନଗର ନାହାରଲଗୁନରେ ଭୟାନକ ଅଗ୍ନିକାଣ୍ଡ

ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଦେଖିବାକୁ ମିଳିଛି ଭୟାନକ ଅଗ୍ନିକାଣ୍ଡ । ଇଟାନଗର ନାହାରଲଗୁନ ଠାରେ ଅଗ୍ନିକାଣ୍ଡ ଘଟି ୭୦୦ ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ କାହାର ଜୀବନ ଯାଇଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ ।

ସୂଚନା ମୁତାବକ ଏହି ବଜାର ଦୁଇଟି ଦୋକାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗଯାଇଥିଲା । ହେଲେ ଏହି ନିଆଁ ଏତେ ଭୟଙ୍କର ରୂପ ନେଇଥିଲା କି, ଆଖି ପିଛୁଳାକେ ପୁରା ବଜାରର ସମସ୍ତ ଦୋକାନକୁ ବ୍ୟାପି ଯାଇଥିଲା । ଦମକଳବାହୀନି ଘଟଣା ସ୍ଥଳରେ ପହଂଚି ଶତ ଚେଷ୍ଟା କରିଥିଲେ ବି ନିଆଁକୁ ଆୟତ କରିବାରେ ସଫଳ ହୋଇପାରି ନଥିଲା ।